fbpx

ଟିମ୍ ଇଣ୍ଡିଆର ବ୍ୟାଟିଂ ବିଫଳତାର ୫ଟି ବଡ଼ କାରଣ: ଟି-୨୦ ଓ ଦିନିକିଆରେ ଭାରତ ଦମ୍ ଦେଖାଇଲା, ମାତ୍ର ଟେଷ୍ଟରେ ପ୍ରଥମ ଦିନରୁ ଝୁଣ୍ଟିଲା କାହିଁକି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । କିଛିଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ପରି ବିଦେଶ ମାଟିରେ ଭାରତ ଟି-୨୦ ସିରିଜକୁ ୧-୧ରେ ବରାବର ରଖିବା ସହିତ ଦିନିକିଆ ସିରିଜକୁ ୨-୧ରେ ଜିତିଥିଲା । ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଦଳ ଉଚ୍ଚକୋଟୀରେ ପ୍ରଦର୍ଶନ କରିଥିଲା । ମାତ୍ର ଟିମକୁ ଷ୍ଟାର ଖେଳାଳିମାନେ ଫେରିବା ପରେ ବି ଦଳର ପ୍ରଦର୍ଶନ ନିହାତି ଭାବେ ନିନ୍ଦନୀୟ ।

୧- ଗୋଟିଏ ପଟେ ଭାରତ ୩୧ ବର୍ଷର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଥିବା ବେଳେ ଅନ୍ୟପଟେ କେଏଲ ରାହୁଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୪୦ ରନ୍ ଅତ୍ରିକମ କରିପାରିନଥିଲେ । ମ୍ୟାଚ ପୂର୍ବରୁ ସେଞ୍ଚୁରିଆନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଟିମ୍ ମ୍ୟାନେଜମେଣ୍ଟ ସେଥିପାଇଁ ପ୍ରି-ପ୍ଲାନ କରିବାର ଆବଶ୍ୟକତା ରହିଥିଲା ।

୨- ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଆଜି ପର୍ଯ୍ୟନ୍ତ କ୍ୱଚିତ ଟେଷ୍ଟ ସିରିଜ ଜିତିଥିବା ବେଳେ ଏଭଳି ସ୍ଥିତିରେ ଓପନିଂ ଯୋଡ଼ିରେ ପରିବର୍ତ୍ତନ ଏକ ବଡ଼ ସମସ୍ୟା ସୃଷ୍ଟି କରିଥିଲା । ରୋହିତ ଓ ଯଶସ୍ୱୀ ଜୟସ୍ୱାଲ ଓପନିଂ କରିବାକୁ ଆସିଥିବା ବେଳେ ଶୁବମନ ଗିଲ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ନିର୍ଣ୍ଣାୟକ ମ୍ୟାଚରେ ଏକ୍ସପରିମେଣ୍ଟ କରିବା ଅଧିନାୟକ ରୋହିତଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା ।

୩- ପ୍ରଥମ ଦିନରେ ଅଧିନାୟକ ରୋହିତଙ୍କ ଦାୟିତ୍ୱହୀନତା ଖେଳ ଦେଖିବାକୁ ମିଳିଥିଲା । ୫ମ ଓଭରରେ ପେସର କାଗିସୋ ରାବଡ଼ାଙ୍କ ବଲକୁ ଏକ ପୁଲ ଶର୍ଟ ଖେଳି ସେ ଆଉଟ୍ ହୋଇଥିଲେ । ଏଥିସହିତ ସେଞ୍ଚୁରିଆନର ସୁପରସ୍ପୋର୍ଟ୍ସ ପାର୍କରେ ପିଚ ବୋଲରଙ୍କୁ ସୁହାଇବ ଏହା ଜାଣି ସୁଦ୍ଧା ରୋହିତ ଭୁଲ୍ କରିଥିଲେ । ଏଭଳି ସ୍ଥିତିରେ ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ବୋଧହୁଏ ଭାରତୀୟ ବୋଲରଙ୍କୁ ସହାୟତା ମିଳିଥାନ୍ତା ।

୪- ଦିନିକିଆରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଥିବା ଶୁବମନ ଟେଷ୍ଟରେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଥିଲେ । ସେ ୪୪ଟି ଦିନିକିଆରୁ ୬ଟି ଶତକ ହାସଲ କରିଥିବା ବେଳେ ୧୯ଟି ଟେଷ୍ଟରୁ ମାତ୍ର ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଦିନିକିଆରେ ଷ୍ଟ୍ରାଇକରେଟ ୬୧.୩୭ ରହିଥିବା ବେଳେ ଟେଷ୍ଟରେ ୩୧.୨୩ ରହିଛି ।

୫- ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଏକ ବଡ଼ ଭୁଲ କରିଥିଲା । ଭଲ ଫର୍ମରେ ରହିଥିବା ରାହୁଲଙ୍କୁ ୬ ନମ୍ବରରେ ପଠାଯାଇଥିଲା । ଶ୍ରେୟସ ଆୟରଙ୍କୁ ରାହୁଲଙ୍କ ସ୍ଥାନରେ ପଠାଇଥିଲେ ବୋଧହୁଏ ଭଲ ହୋଇଥାନ୍ତା । ରାହୁଲ ପୂର୍ବରୁ ଆସିଥିଲେ ବିରାଟଙ୍କ ସହିତ ମିଶି ମିଡିଲ ଅର୍ଡରରେ ଏକ ଭଲ ପାର୍ଟନରଶିପ୍ କରିପାରିଥାନ୍ତେ ।

Get real time updates directly on you device, subscribe now.