fbpx
BSKY SKY
BSKY SKY

ମହାଦେବ ବେଟିଂ ଆପ୍ ମାମଲା; ଖୁବ୍ ଶୀଘ୍ର ଗିରଫ ହେବ ମାଷ୍ଟରମାଇଣ୍ଡ

BSKY

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ଦୁର୍ନିତୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ମିଳିଛି ବଡ଼ ସଫଳତା । ଏହି ଅନଲାଇନ୍ ବେଟିଂ ଆପର ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କ ଲୋକେସନ ଦୁବାଇରେ ଠାବ ହୋଇଥିବା ନେଇ ୟୁଏଇ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଦୁବାଇ ପୋଲିସ ଏବଂ ଅଧିକାରୀଙ୍କ କଡ଼ା ସୁରକ୍ଷା ବଳୟ ମଧରେ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ତେବେ ଅଧିକାରୀମାନଙ୍କ କାର୍ଯ୍ୟାନୁଷ୍ଠାନ ପରେ ଅଭିଯୁକ୍ତକୁ ଦେଶ ବାହାରେ ଯିବାକୁ ଅନୁମତି ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ମାମଲାର ଯାଞ୍ଚ ହେଉଥିବା ବେଳେ ତାଙ୍କୁ ଖୁବ ଶୀଘ୍ର ଭାରତ ଅଣାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଡ଼ିର ଅନୁରୋଧ କ୍ରମେ ଇଣ୍ଟରପୋଲ ଦ୍ୱାରା ଅଭିଯୁକ୍ତ ବିରୋଧରେ ରେଡ଼ କର୍ଣ୍ଣର ନୋଟିସ୍ ଜାରି କରିଥିଲା ।
କହିରଖୁଛୁ ମହାଦେବ ଆପ୍ ମାମଲା ହେଉଛି ଏକ ବଡ଼ ଧରଣର ଦୁର୍ନିତୀ ମାମଲା ଯେଉଁଥିରେ ଅନଲାଇନ୍ ବେଟିଂ ମାଧ୍ୟମରେ ପୋକର, କାର୍ଡ଼ ଗେମ୍‌, ବ୍ୟାଡ୍‌ମିଣ୍ଟନ , ଟେନିସ୍‌, ଫୁଟବଲ ଏବଂ କ୍ରିକେଟ ଭଳି କ୍ରୀଡ଼ା ଉପରେ ଅବୈଧ ଭାବରେ ଜୁଆ ଖେଳ ହୋଇଥାଏ । ଏହି ମନି ଲଣ୍ଡରିଂ ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ରବି ଉପ୍ପଲଙ୍କ ନାଁ ମଧ୍ୟ ସାମିଲ ଅଛି । ୟୁଏଇର ଏକ ସେଣ୍ଟ୍ରାଲାଇଜ୍‌ଡ଼ ଅଫିସରୁ ଏହି ଅନଲାଇନ୍ ବେଟିଂ କାରବାର ଚଳାଉଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.