fbpx

ଆଇସିୟୁରେ ଅଗ୍ନିକାଣ୍ଡ: ୫ କରୋନା ରୋଗୀଙ୍କ ମୃତ୍ୟୁ

ରାୟପୁର, ୧୮ା୪: ରାୟପୁରର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହସ୍ପିଟାଲରେ ପାଖାପାଖି ୫୦ ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଆଇସିୟୁରେ ସର୍ଟସର୍କିଟ୍ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସମସ୍ତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡ ଘଟିବା ଯୋଗୁଁ ରୋଗୀଙ୍କୁ ଅକ୍ସିସେନ ସପ୍ଲାଏ ବନ୍ଦ ହୋଇଯାଇଥିଲା । ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ପୋଲିସ ପ୍ରଶାସନ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରିବା ସହ ଘଟଣାର ଅନୁସନ୍ଧାନ କରୁଛନ୍ତି ।

Get real time updates directly on you device, subscribe now.