fbpx

ଜୟପୁର ସବଜେଲରେ ପୋଲିସର ରେଡ୍‌

ଜୟପୁର,୧୮ ।୪(ଓଡିଶା ଭାସ୍କର): ଜୟପୁର ସବଜେଲରେ ଚଢାଉ କରିଛି ପୋଲିସ । କୋରାପୁଟ ଏପସିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି । ଆଜି ଭୋର ୪ଟାରୁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ ଚାଲିଛି । ଚଢାଉ ସମୟରେ ଜୟପୁର ଓ ବୋରିଗୁମ୍ମା ଏସଡିପିଓଙ୍କ ସହ ବିଭିନ୍ନ ଥାନାର ଆଇଆଇସି ମଧ୍ୟ ଉପସ୍ଥିତ ରହିଛନ୍ତି । ଜୟପୁର ଉପଜିଲ୍ଲାପାଳ ମଧ୍ୟ ରେଡରେ ସାମିଲ ହୋଇଥିବା ବେଳେ ଜେଲରେ ତନାଘନା ଜାରି ରହିଛି । ତେବେ ଗଞ୍ଜେଇ କାରବାର ନେଇ ଚଢାଉ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.