fbpx

ମାଡ଼ି ଆସୁଛି ତାତି: ପାରଦ ଛୁଇଁବ ୪୪ ଡିଗ୍ରୀ

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର): ରାଜ୍ୟବାସୀ ଗରମରେ ଛଟପଟ ହେବେ । ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ତାତିର ପ୍ରକୋପ ରହିବ । ତେବେ ରାଜଧାନୀ ସମେତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବେଶି ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସ୍ପର୍ଶ କରିଥିଲା । ତେବେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ତାପାମତ୍ରା ଆଉ ୪ ଡିଗ୍ରୀ ବୃଦ୍ଧି ପାଇବ । ଆସନ୍ତାକାଲି ଭୁବନେଶ୍ୱରର ତାପାମତ୍ରା ୪୦ରୁ ୪୧ ଡିଗ୍ରୀ ରହିବ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀର ଆଶଙ୍କା ରହିଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ହୋଇପାରେ । ଏଥିସହ ୨୦ ତାରିଖରେ କୋରାପୁଟ, ଗଜପତି, ରାୟଗଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.