fbpx

କରୋନା ଲକ୍ଷଣ ଥାଇ ବି ରିପୋର୍ଟ ନେଗେଟିଭ୍ ଆସୁଛି କି? ଜାଣନ୍ତୁ ଟେଷ୍ଟ ବେଳେ କ’ଣ କରିବେ

କରୋନାର ଦ୍ୱିତୀୟ ଲହର ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକଙ୍କୁ ମଧ୍ୟ ଆକ୍ରାନ୍ତ କରିବାରେ ଲାଗିଛି । ତେବେ ଅନେକଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଟେଷ୍ଟ କରିବା ପରେ ରିପୋର୍ଟ ନେଗେଟିଭ୍ ଆସୁଛି । ତେବେ ଏଥିପାଇଁ ଅନେକ ଦିଗ ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଆସନ୍ତୁ ଜାଣିବା ସେ ବିଷୟରେ:-

– ଥଣ୍ଡା, କାଶ, ସର୍ଦ୍ଦି, ନିଃଶ୍ୱାସରେ କଷ୍ଟ, ଆଖି ଲାଲ ହେବା, ଶୁଣିବାରେ ସମସ୍ୟା, ଆଦି ହେଉଛି କରୋନାର ସାମାନ୍ୟ ଲକ୍ଷଣ । ତେଣୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରାନ୍ତୁ ।

– ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ, ଯଦି ଜଣେ ବ୍ୟକ୍ତି ଭ୍ୟାକ୍ସିନର ୨ଟି ଡୋଜ୍ ନେବାର ୨ ସପ୍ତାହ ସମୟ ଅତିକ୍ରାନ୍ତ ହେବା ପରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଉନାହିଁ, ତେବେ ରୋଗୀଙ୍କୁ ପୁଣି ଥରେ ଟେଷ୍ଟ କରିବାର ଆବଶ୍ୟକତା ନାହିଁ ।

– ଯଦି ଜଣେ ବ୍ୟକ୍ତି କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ୬ ଫୁଟ ଦୂରରେ ୧୫ ମିନିଟ ପର୍ଯ୍ୟନ୍ତ ସମ୍ପର୍କରେ ରୁହନ୍ତି ତେବେ ଏ କ୍ଷେତ୍ରରେ ବିମାରୀ ବ୍ୟାପିବାର ଆଶଙ୍କା ଥାଏ । ତେଣୁ ସଂକ୍ରମିତଙ୍କ ଠାରୁ ଦୂରେଇ ରହିବା ସହ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ଦୁ ଓ ବାହାରୁ ଘରକୁ ଆସିବା ପରେ ହାତକୁ ଭଲଭାବରେ ସାନିଟାଇଜ୍ କରନ୍ତୁ ।

– ଯଦି ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି, ତେବେ ହୋମ କ୍ୱାରେଣ୍ଟାଇନ ବା ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୁଅନ୍ତୁ । ଘରର ସଦସ୍ୟ ଯେପରି କୌଣସି ସଂକ୍ରମିତଙ୍କ ସମ୍ପର୍କରେ ନ ଆସିବେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.