fbpx
BJD SKY
BJD SKY

ହଠାତ୍ ମାଡ଼ିଆସିଲା କାଳ: ଗଙ୍ଗାରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୫ MBBS ଛାତ୍ର

BJD

ନୂଆଦିଲ୍ଲୀ: କଥାରେ ଅଛି ବିଧିର ବିଧାନ କେ କରିବ ଆନ । ମୃତ୍ୟୁ କେତେବେଳେ ଯେ ମାଡ଼ି ଆସିବ ତାହା କେହି କହିପାରିବେ ନାହିଁ । ତେବେ ଏହା ମଧ୍ୟରେ ଆଜି ଉତ୍ତରପ୍ରଦେଶରୁ ଏକ ଦୁଃଖଦ ଘଟଣା ଘଟିଯାଇଛି । ୫ ଜଣ ସାଙ୍ଗ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ସରକାରୀ ମେଡିକାଲ କଲେଜର ୫ ଜଣ ଏମବିବିଏସ୍ ଛାତ୍ର ଗଙ୍ଗାରେ ଗାଧୋଉଥିବା ସମୟରେ ବୁଡ଼ି ଯାଇଛନ୍ତି ।

ସୂଚନା ମୁତାବକ, ୟୁପିର ବନ୍ଧାୟୁଁ ଜିଲ୍ଲାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗାଧୋଉଥିବା ସମୟରେ ହଠାତ୍ ୫ ଜଣ ଏମବିବିଏସ୍ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ରେସକ୍ୟୁ ଅଭିଯାନ ଚଳାଇଥିବା ଜଣାପଡ଼ିଛି ।

ସମସ୍ତ ଛାତ୍ରମାନେ ୟୁପିର ବନ୍ଦାୟୁଁ ଜିଲ୍ଲା ସ୍ଥିତ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପଢ଼ୁଥିଲେ । ସେମାନେ ଗଙ୍ଗାରେ ସ୍ନାନ କରୁଥିବା ସମୟରେ ହଠାତ୍ ଜଣେ ଛାତ୍ର ଅଗଭୀର ଜଳରେ ବୁଡ଼ିଯାଇଥିଲା । ଏହି ସମୟରେ ଅନ୍ୟ ଛାତ୍ରମାନେ ତାକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଯାଇଥିଲେ । ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଦୁଇଜଣ ଛାତ୍ରଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କ ତଲାସୀ ଅଭିଯାନ ଜାରି ରହିଛି । ଏହା ପୂର୍ବରୁ ମଧ୍ୟ ୬ ଜଣ ଲୋକ ଗଙ୍ଗାରେ ବୁଡ଼ି ଯାଇଥିଲେ ।

Get real time updates directly on you device, subscribe now.