fbpx

(See Video) ଆଇପିଏଲ-୨୦୨୨ ଖୁବ୍ ଜମିବ: ମହାନିଲାମି ପ୍ରକ୍ରିୟାରେ ସାମିଲ ହେବେ ୫ ଓଡ଼ିଆ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ୧୨ ଓ ୧୩ରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ପାଇଁ ମେଗା ଅକ୍ସନ ଆରମ୍ଭ ହେବାକୁ ଯାଉଛି । ଏହି ନିଲାମୀ ପ୍ରକ୍ରିୟାରେ ମୋଟ ୧୨୧୪ ଜଣ ଖେଳାଳିଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ସେଥିରେ ୫ ଜଣ ଓଡ଼ିଆ ଖେଳାଳି ସାମିଲ୍ ହୋଇଛନ୍ତି । ସେମାନେ ହେଲେ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି, ଅଲରାଉଣ୍ଡର ଅଭିଷେକ ରାଉତ, ଅଫ୍ ସ୍ପିନର ବିକାଶ ରାଉତ, ପେସର ରାଜେଶ ମହାନ୍ତି ଓ ବାମହାତୀ ସ୍ପିନର ଜୟନ୍ତ ବେହେରା । ପାଞ୍ଚ ଖେଳାଳିଙ୍କ ପକ୍ଷରୁ ଅଭିଷେକ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟିମ୍ ପାଇଁ ଆଇପିଏଲରେ ଖେଳିସାରିଛନ୍ତି । ସୟଦ ମୁସ୍ତକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ଓ ବିଜୟ ହଜାରେ ଟ୍ରଫିରେ ଶାନଦାର ପ୍ରଦର୍ଶନକୁ ଆଧାର କରି ଏମାନଙ୍କୁ ସାମିଲ କରାଯାଇଛି । ଚଳିତ ଥର ନିଲାମୀ ତାଲିକାରେ ଓଡ଼ିଆ ଖେଳାଳି ନିଶ୍ଚିତ ସ୍ଥାନ ପାଇବେ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି ।

ଉପରୋକ୍ତ ସମସ୍ତ ଖେଳାଳିଙ୍କ ନାମ ଓସିଏ ଆଇପିଏଲ ନିଲାମ ପାଇଁ ସୁପାରିଶ କରିଥିଲା । ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ଅଭିଷେକ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବେଳେ ଶୁଭ୍ରାଂଶୁ ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ସେହିପରି ବିକାଶ ସର୍ବାଧିକ ୭ଟି ୱିକେଟ ନେଇଥିବା ବେଳେ ଜୟନ୍ତ ଦ୍ୱିତୀୟ ସର୍ବାଧିକ ୬ଟି ୱିକେଟ ନେଇଥିଲେ । ସମସ୍ତ ଖେଳାଳିଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଶୁଭକାମନା ଜଣାଇଛନ୍ତି । ଚଳିତ ଥର ଆଇପିଏଲରେ ୮୯୬ ଜଣ ଭାରତୀୟ ଓ ୩୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୦ଟି ଦଳ ମୋଟ ୩୩ ଜଣ ଖେଳାଳିଙ୍କୁ ରଖିଥିବା ବେଳେ ସେମାନେ ନିଲାମି ପ୍ରକିୟାରେ ସାମିଲ ହେବେ ନାହିଁ । ଏଥର ଦୁଇଟି ନୂଆ ଟିମ୍ ଲକ୍ଷ୍ନୌ ଓ ଅହମ୍ମଦାବାଦକୁ ସାମିଲ କରାଯାଇଥିବା ବେଳେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.