fbpx

NDRFର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ ହ୍ୟାକ୍, ସୂଚନା ଦେଇ ଏପରି କହିଲେ ଡିଜି

ନୂଆଦିଲ୍ଲୀ: ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନଡିଆରଏଫ୍)ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ ଶନିବାର ଦିନ ହ୍ୟାକ୍ ହୋଇଯାଇଛି । ଏନେଇ ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏନଡିଆରଏଫ୍ ଡିଜି ଅତୁଲ କରୱଲ୍ । ସେ କହିଛନ୍ତି ଯେ, ପୁଣିଥରେ ଆକାଉଣ୍ଟ୍ ରିଷ୍ଟୋର୍ କରିବା ପାଇଁ ଟେକ୍ନିକାଲ୍ ଟିମ୍ ଚେଷ୍ଟା କରୁଛନ୍ତି । ଖୁବ୍ ଶୀଘ୍ର ଏହାକୁ ଠିକ୍ କରାଯିବ । ତେବେ ଏହି ଘଟଣା ଏନଡିଆରଏଫ୍ ପକ୍ଷରୁ ଜାନୁଆରୀ ୧୯ ତାରିଖରେ ପାଳନ କରାଯାଇଥିବା ୧୭ତମ ସ୍ଥାପପା ଦିବସର କିଛି ଦିନ ପରେ ଘଟଛି ।

Get real time updates directly on you device, subscribe now.