fbpx

ପରମାଣୁ ଟେକନିକ୍ ଚୋରି କରୁଥିବା ବେଳେ ଧରାପଡିଲା ପାକିସ୍ତାନ

ଇସଲାମାବାଦ,୧୭ ।୧: ପରମାଣୁ ଟେକନିକ୍ ଚୋରି କରୁଥିବା ବେଳେ ପୁଣି ଧରାପଡିଲା ପାକିସ୍ତାନ । ଏହିଥର ଆମେରିକାର ପରମାଣୁ ଟେକନିକ୍ ଚୋରି କରୁଥିବା ବେଲେ ପାକିସ୍ତାନ ଧରାପଡିଛି । ୫ ପାକିସ୍ତାନୀ ଉପରେ ପରମାଣୁ ଚୋରି କରିବାର ଅଭିଯୋଗ ଲଗାଇଛି ଆମେରିକା । ଏହି ୫ ପରମାଣୁ ଚୋରଙ୍କ ଖୁଲାସା କରିଛି ଆମେରିକା ସରକାର ଓ ଖୁଫିୟା ବିଭାଗ । ଏହା ସହ ତାଙ୍କର ରହିବା ଜାଗା ଓ କାମ କରିବା ଜାଗା ମଧ୍ୟ ଜଣାପଡିଛି । ପାକିସ୍ତାନର ଯେଉଁ ଲୋକ ଧରାପଡିଛନ୍ତି, ସେମାନେ ହେଉଛନ୍ତି-କାନାଡାରେ ରହୁଥିବା ୪୮ ବର୍ଷିୟା ମହମ୍ମଦ ଅହସାନ ବଳି, ୮୨ ବର୍ଷିୟା ହାଜି ବଳୀ ମହମ୍ମଦ ରୋଖ, ହଙ୍ଗକଙ୍ଗରେ ରହୁଥିବା ଅଶରଫ ଖାନ୍, ୟୁକେରେ ରହୁଥିବା ୫୨ ବର୍ଷିୟା ଅହମ୍ମଦ ବାହିଦ ଓ ପାକିସ୍ତାନରେ ରହୁଥିବା ମହମ୍ମଦ କାମରାନ ବଳି ।

ପରମାଣୁ ଟେକନିକ୍ ଚୋରି କରୁଥିବା ଏହି ୫ ପାକିସ୍ତାନୀ ରାୱଲପିଣ୍ଡିରେ ଥିବା ‘ବିଜନେସ୍ ୱାଲ୍ଡ’ କମ୍ପାନୀ ସହ ଜଡିତ ଅଛନ୍ତି । ଏହି କମ୍ପାନୀ ମାଧ୍ୟମରେ ପାକିସ୍ତାର ପରମାଣୁ ଟେକନିକ୍ ଚୋରି କରୁଛି ବୋଲି ଆମେରିକା ଅଭିଯୋଗ କରୁଛି ।

Get real time updates directly on you device, subscribe now.