fbpx

ବିଷାକ୍ତ ମଦ ପିଇ ୫ ମୃତ, ପରିବାର ଲୋକ ଦେଲେ ସୂଚନା

ନାଳନ୍ଦା: ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଭଳି ଘଟଣା ବିହାରର ନାଳନ୍ଦାରୁ ଶୁଣିବାକୁ ମିଳିଛି । ମୃତକଙ୍କ ପରିବାର ଏନେଇ ସୂଚନା ଦେଇଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ୍ ସୂଚନା ମିଳିନାହିଁ । କିନ୍ତୁ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଏହି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ।

ଆକଳନ ଅନୁସାରେ, କେବଳ ୬ ଦିନ ମଧ୍ୟରେ ବିଷାକ୍ତ ମଦ ପିଇ ୪୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହାପରେ ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ, କୌଣସି ଲୋକ ଯଦି ରୋଗରେ ପଡ଼ୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ ଓ ପୋଲିସ୍ କୁ ମଧ୍ୟ ଏ ବାବଦରେ ସୂଚନା ଯଥାଶୀଘ୍ର ଦିଅନ୍ତୁ ।

Get real time updates directly on you device, subscribe now.