fbpx

୩ଟି ଟୁରିଷ୍ଟ ବସ୍ ମୁହାଁମୁହିଁ: ୫ ଜଣଙ୍କର ମୃତ୍ୟୁ, ୧୦ ଆହତ

ହରିୟାଣା: ଅମ୍ବାଲା-ଦିଲ୍ଲୀ ହାଇୱେରେ ସୋମବାର ଦିନ ତିନିଟି ଟୁରିଷ୍ଟ ବସ୍ ମୁହାଁମୁହିଁ ଧକ୍କା ହୋଇଯାଇଛି । ଯାହାଫଳରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ସୋମବାର ଦିନ ସକାଳ ୩ଟାରେ ଦିଲ୍ଲୀ ପଟରୁ ଯାଉଥିବା ତିନିଟି ଟୁରିଷ୍ଟ ବସ୍ ଧକ୍କା ହୋଇଯାଇଥିଲା । ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ ୧୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ନିକଟରେ ଥିବା ହିଲିଂ ଟଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିବା ପରେ ପୋଲିସ୍ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବସ୍ ରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା । ଘଟଣା ଘଟିବା ସମୟରେ ବସ୍ ରେ ଥିବା ଯାତ୍ରୀ ମାନେ ଶୋଇଥିଲେ । ତେବେ ଆଗରେ ଯାଉଥିବା ବସ୍ ହଠାତ୍ ଅଟକି ଯିବା ଫଳରେ ପଛରେ ଆସୁଥିବା ଦୁଇଟି ବସ୍ ପଛରୁ ଧକ୍କା ହୋଇଥିଲା ଯାହାଫଳରେ ଦୁର୍ଘଟଣା ଘଟିଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.