fbpx
BJD SKY
BJD SKY

ମଦ୍ୟପାନ ଆଜି ହିଁ ଛାଡ଼ି ଦିଅନ୍ତୁ: ସ୍ୱାସ୍ଥ୍ୟ ଖରାପ ପୂର୍ବରୁ ମିଳିଥାଏ ୫ଟି ବଡ଼ ସଙ୍କେତ, କେତେ ମଦ ପିଇବା ଆବଶ୍ୟକ

BJD

ନୂଆଦିଲ୍ଲୀ: ଆଜିର ସମୟରେ ମଦ୍ୟପାନ ମଣିଷ ପାଇଁ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଛି । ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ମଦ ବୋତଲରେ ଲେଖାଥିଲେ ହେଁ ତାହାକୁ ସମସ୍ତେ ଅଣଦେଖା କରିଚାଲନ୍ତି । ମଦ ପିଇବା ଫଳରେ ଧୀରେଧୀରେ ଆପଣଙ୍କ ଶରୀର କ୍ଷତିଗ୍ରସ୍ତ ହେବା ସହ ଆଗାମୀ ଦିନରେ ତାହା ଗମ୍ଭୀର ବିମାରୀର କାରଣ ସାଜିଥାଏ । ତେବେ ଭିତରେ ଭିତରେ ମଦ ଆମର ଲିଭରକୁ ଡ୍ୟାମେଜ କରିବା ସହିତ ଶରୀରର ଅନ୍ୟ କ୍ଷତି ସବୁ କରିଥାଏ ବୋଲି କୁହାଯାଏ ।

ମାତ୍ର ଏକଥା ସତ୍ୟ ଯେ, ମଦ ପିଉଥିବା ଲୋକଙ୍କ ସ୍ୱାସ୍ଥ୍ୟ ଭୟଙ୍କର ଭାବେ ବିଗିଡ଼ିବା ପୂର୍ବରୁ ସେମାନଙ୍କୁ ୫ଟି ବଡ଼ ସଙ୍କେତ ମିଳିଥାଏ । ଯଦି ସେମାନେ ଏହି ସଙ୍କେତକୁ ସତର୍କ ଘଣ୍ଟି ଭାବେ ମାନିନେଇ ସୁଧୁରିଯିବେ, ତେବେ ସେମାନଙ୍କ ଜୀବନ ବଞ୍ଚିଯିବ । ନଚେତ୍ ଯେତେ ଚେଷ୍ଟା କଲେ ମଧ୍ୟ ମଣିଷକୁ ବଞ୍ଚାଇବା କଷ୍ଟକର ହୋଇପଡ଼ିବ । ଆଜିକାଲି ମଦକୁ ଏକ ଉପଭୋଗ୍ୟ ସାମଗ୍ରୀ ଭାବେ ବ୍ୟବହାର କରାଯାଉଛି । ସୁଯୋଗ ମିଳିଲା ମାତ୍ରେ, ପୁରୁଷ, ମହିଳା, ଯୁବବର୍ଗ ସମସ୍ତେ ମଦର ଆସର ଜମାଇ ଦେଇଥାନ୍ତି । ତେବେ ଜଣେ ନ୍ୟୁଟ୍ରିସନାଲ ଥେରାପିଷ୍ଟଙ୍କ ମତରେ, ମଦ ଲିଭର ସହିତ ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ଅତ୍ୟଧିକ ନକରାତ୍ମକ ପ୍ରଭାବ ପକାଇଥାଏ । ଜାତୀୟ ସ୍ୱାସ୍ଥ୍ୟ ସର୍ଭିସ ମୁତାବକ, ପୁରୁଷ ଓ ମହିଳାଙ୍କୁ ଗୋଟିଏ ସପ୍ତାହରେ ୧୪ ୟୁନିଟ ବା ପାଖାପାଖି ୬ ଗ୍ଲାସରୁ ଅଧିକ ମଦ ପିଇବା ଅନୁଚିତ ।

ଯଦି ଆପଣ ଅଧିକାଂଶ ସମୟରେ ଫୁଲିବା ପରି ଅନୁଭବ କରୁଛନ୍ତି ତେବେ ଏହା ବୁଝିବାକୁ ପଡ଼ିବ ମଦ ଆପଣଙ୍କ ପାଚନ ତନ୍ତ୍ର ଉପରେ ନକରାତ୍ମକ ପ୍ରଭାବ ପକାଉଛି । ବାରମ୍ବାର ମଦ ପିଉଥିବା ବ୍ୟକ୍ତିଙ୍କ ରକ୍ତରେ ରୋଗପ୍ରତିରୋଧୀ କୋଷିକା ସଂଖ୍ୟା କମିଯାଇଥାଏ ଓ ତାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସଂକ୍ରମଣ ହୋଇଥାଏ । ମଦ କାରଣରୁ ଜଣେ ୭-୮ ଘଣ୍ଟା ନିଦ ଠିକରେ ନେଇପାରିନଥାଏ । ମଦ ପିଇବା ଦ୍ୱାରା ଆପଣଙ୍କ ଚର୍ମ ପୂର୍ବାପେକ୍ଷା ଅଧିକ ସମ୍ବେଦନଶୀଳ, ଶୁଷ୍କ ହୋଇଯାଇଥାଏ । ଅତ୍ୟଧିକ ମଦ୍ୟପାନ ଆପଣଙ୍କୁ ଦାନ୍ତକୁ ଦୁର୍ବଳ କରିଦେଇଥାଏ ।

Get real time updates directly on you device, subscribe now.