fbpx

ବିପଦରେ ଭାରତର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ: ତରଳିବାରେ ଲାଗିଛି ବରଫ ସ୍ରୋତ, କ୍ଷୟ ହେବାରେ ଲାଗିଛି ଉପକୂଳ

ନୂଆଦିଲ୍ଲୀ: ଦିନକୁ ଦିନ ଆମର ପରିବେଶର ସ୍ଥିତି ବିଗିଡ଼ିବାରେ ଲାଗିଛି । ନିକଟରେ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନମେଣ୍ଟ (ସିଏସଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଭାରତ ଓ ଏହାର ପଡ଼ୋଶୀ ଦେଶର ସୀମାନ୍ତରେ ଥିବା ୨୫ଟି ବରଫସ୍ରୋତ ଦ୍ୱାରା ସୃଷ୍ଟି ହ୍ରଦର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୦୦୯ ମସିହା ପରଠାରୁ ଏହି ହ୍ରଦଗୁଡ଼ିକର ଆକାର ପାଖାପାଖି ୪୦ ପ୍ରତିଶତ ବଢ଼ିଥିବା ଜଣାପଡ଼ିଛି ।

ତେବେ ସିଏସଇ ରିପୋର୍ଟ ମୁତାବକ, ବରଫସ୍ରୋତ ଦ୍ରୁତ ଗତିରେ ତରଳୁ ଥିବାରୁ ଆଗାମୀ ଭାରତର ୫ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତି ଭୟଙ୍କର ବିପଦ ରହିଛି । ବିପଦ ବଳୟ ମଧ୍ୟରେ ରହିଛି ଆସାମ, ଅରୁଣାଚଳ ପ୍ରଦେଶ, ସିକିମ, ବିହାର, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର ଓ ଲଦାଖର ଅଞ୍ଚଳ । ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବରଫସ୍ରୋତ ତରଳିବା ଦ୍ୱାରା କେବଳ ହ୍ରଦର ଆକାର ବୃଦ୍ଧି ପାଉନାହିଁ, ବରଂ ଦେଶର ଉପକୂଳକୁ କ୍ଷୟ କରି ଚାଲିଛି । ୧୯୯୦ରୁ ୨୦୧୮ ମଧ୍ୟରେ ଉପକୂଳ ଦ୍ରୁତ ଭାବେ ଅବକ୍ଷୟ ହେଉଥିବା ଜଣାପଡ଼ିଛି ।

ତେବେ ଉପରୋକ୍ତ ସମସ୍ତ ସମସ୍ୟା ସହିତ ସାମୁଦ୍ରିକ ଝଡ଼ବାତ୍ୟା, ସମୁଦ୍ରର ଜଳପତନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବେଳାଭୂମିରେ ଖଣି କାର୍ଯ୍ୟ, ନଦୀବନ୍ଧ ଯୋଜନା ଆଦି ଉପକୂଳ କ୍ଷୟ ପାଇଁ ଦାୟୀ । ଆସନ୍ତା ୨୦୩୦ ସୁଦ୍ଧା ଭାରତର ପ୍ରାୟ ୪୫ରୁ ୬୪ ପ୍ରତିଶତ ଜଙ୍ଗଲ ଜଳବାୟୁ ପରିବର୍ତ୍ତନର ଶିକାର ହେବ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.