fbpx
BSKY
BJD MC SKY
BJD YOUTH SKY

AIIMS ପକ୍ଷରୁ ଜାରି ହେଲା ଓମିକ୍ରନର ୫ଟି ଲକ୍ଷଣ, ଦେଖାଦେବା ମାତ୍ରେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ କରନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା କୋଭିଡର ସମସ୍ତ ଭାରିଆଣ୍ଟର ଲକ୍ଷଣ ଭିନ୍ନ ଭିନ୍ନ ରହିଛି । ଏନେଇ ୟୁଏସ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଏକ ଆନାଲିସିସ୍ କରାଯାଇଥିଲା । ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ଖାଶ, ଥକ୍କାପଣ, କଫ ଓ ନାକ ବହିବା ଆଦି ୪ଟି ଲକ୍ଷଣ ଦେଖାଦେଉଥିବା ଜଣାପଡ଼ିଥିଲା । ତେବେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ଓମିକ୍ରନର ୫ଟି ଲକ୍ଷଣ ବିଷୟରେ କୁହାଯାଇଛି ।

ଏମ୍ସ ପକ୍ଷରୁ ଜାରି କରାଯାଇଥିବା ଓମିକ୍ରନର ୫ଟି ଲକ୍ଷଣ ହେଉଛି: ୧- ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା । ୨- ଅକ୍ସିଜେନ ସାଚୁରେସନରେ ହ୍ରାସ ଘଟିବା । ୩- ଛାତିରେ ଯନ୍ତ୍ରଣା ଅନୁଭବ କରିବା । ୪- ମାନସିକ କନଫ୍ୟୁଜନ ବା ପ୍ରତିକ୍ରିୟା ଦେଇ ନ ପାରିବା । ୫- ଲକ୍ଷଣ ୩-୪ ଦିନ ପର୍ଯ୍ୟନ୍ତ ରହିବା ପରେ ବିଗିଡ଼ିବା । ହେଲଥ ଏକ୍ସପର୍ଟଙ୍କ ମତରେ, ଯଦି ହଠାତ୍ ଆପଣଙ୍କ ଚର୍ମ, ଓଠ, ନଖର ରଙ୍ଗ ବଦଳିଯାଏ, ତେବେ ଏନେଇ ସଚେତନ ରହିବା ଦରକାର । ଯଦି ଜଣେ ଅନ୍ୟ କାହାର ସଂସ୍ପର୍ଶରେ ଆସୁଛି, ତେବେ ୫ ଦିନ ପରେ କିଛି ଲକ୍ଷଣ ଦେଖାଦେଲେ ସଙ୍ଗେସଙ୍ଗେ ଟେଷ୍ଟ କରିନେବା ଭଲ । ଏପରିକି ଲକ୍ଷଣ ଦେବା ପରେ ନେଗେଟିଭ୍ ରିପୋର୍ଟ ଆସିଲେ ବି କ୍ୱାରେଣ୍ଟାଇନରେ ରହିବା ଦରକାର । ଯଦି ରିପୋର୍ଟ ନେଗେଟିଭ୍ ଆସିବା ପରେ ଆପଣଙ୍କୁ ଏଥିରେ କିଛି ଲକ୍ଷଣ ଦେଖାଦେଉଛି, ତେବେ କିଛିଦିନ ପରେ ପୁଣି ଥରେ କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ ।

Get real time updates directly on you device, subscribe now.