fbpx

ଯେବେ ଫ୍ଲାଏ ଓଭରରେ ୨୦ ମିନିଟ୍ ଫସିଥିଲେ ମୋଦୀ, କିପରି ରହିଥିଲା ସ୍ଥିତି? ସାମ୍ନାକୁ ଆସିଲା ଭିଡ଼ିଓ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବୁଧବାର ଦିନ ରାଜ୍ୟର ଫିରୋଜପୁରରେ ୪୭ ହଜାର ୭୫୦ କୋଟି ଟଙ୍କାର ଅନେକ ବିକାଶ ଯୋଜନାର ଶିଳାନ୍ୟାସ କରିଥାନ୍ତେ ମୋଦୀ । ଏହା ପରେ ରାଲିକୁ ବି ସେମ୍ବୋଧିତ କରିଥାନ୍ତେ ପ୍ରଧାନମନ୍ତ୍ରୀ । କିନ୍ତୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀ ରାସ୍ତାରେ ୨୦ ମିନିଟ ଅଟକି ରହିଥିଲେ ଓ ପରେ ଏୟାରପୋର୍ଟ ଫେରିଆସିଥିଲେ । ଅନ୍ୟପଟେ ମୋଦୀ ପହଞ୍ଚିପାରି ନଥିବାରୁ କାର୍ଯ୍ୟକ୍ରମକୁ ବି ବାତିଲ କରାଯାଇଥିଲା ।

ତେବେ ୫ ଜାନୁଆରୀରେ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ହୋଇଥିବା ତ୍ରୁଟିର ଏକ ଭିଡିଓ ସାମ୍ନାକୁ ଆସିଛି । ଫ୍ଲାଏ ଓଭରରେ ମୋଦୀ ପ୍ରାୟ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଅଟକି ଥିବାବେଳେ ସେଠାକାର କିପରି ସ୍ଥିତି ଥିଲା, ତାହା ଏହି ଭିଡିଓରେ ଦେଖିବାକୁ ମିଳୁଛି । ଫିରୋଜପୁରରେ ପ୍ରଦର୍ଶନକାରୀମାନେ କିପରି ମୋଦୀଙ୍କୁ ଅଟକାଇଥିଲେ, ତାହା ମଧ୍ୟ ଦେଖିବାକୁ ମିଳୁଛି । ଏସପିଜିର ଯବାନ ଓ ପୋଲିସ ମଧ୍ୟ ରାସ୍ତାରେ ଉପସ୍ଥିତ ରହିଥିଲେ ।

ଅନ୍ୟପଟେ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଅଣାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଫସିଥିବା ବେଳେ ବିକ୍ଷୋଭକାରୀଙ୍କ ସହ କିଛି ପୋଲିସ ଅଧିକାରୀ ଚା’ ପିଉଥିବା ନେଇ ଅଭିଯୋଗ କରାଯାଇଛି । ତେବେ ପୋଲିସ ଅଧିକାରୀମାନେ ଚା’ ପିଉଥିବାର ଏକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.