fbpx

ଏଣିକି ରେଳ ଷ୍ଟେସନରେ ହେବ ଯାତ୍ରୀଙ୍କ ସ୍କ୍ରିନିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାଡ଼ି ମାଡ଼ି ଚାଲିଛି । ଫଳରେ ଟିକାକରଣ ଓ କଟକଣାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିମାନ ବନ୍ଦର ପରି ରେଳ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ସ୍କ୍ରିନିଂ ହେବ । ଦୈନିକ ୧୦ ହଜାର ଟେଷ୍ଟିଂ କରିବାକୁ ବିଏମସି ଟାର୍ଗେଟ କରିଛି । ନମୁନା ପରୀକ୍ଷା ପାଇଁ ଷ୍ଟେସନରେ ଏକାଧିକ ଟିମ୍ ରହିବେ । ଆଜିଠାରୁ ଭୁବେନଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ଟେଷ୍ଟିଂ ହେଉଛି ।

ତେବେ ରାଜ୍ୟରେ ଆଜି ୨୭୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୭୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୦୯ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୨ ହଜାର ୪୭୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୭୧୮ ରହିଥିବା ବେଳେ ୮ ହଜାର ୨୩୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.