fbpx

ପିନ୍ଧୁଛନ୍ତି କି କପଡ଼ା ମାସ୍କ୍, ୧୫ ମିନିଟରେ ହୋଇଯିବେ କୋଭିଡ୍ ସଂକ୍ରମିତ! ଜାଣନ୍ତୁ କଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ଚିନ୍ତା ବଢ଼ିଥିବା ବେଳେ ମାସ୍କର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଏବେ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । କେଉଁ ମାସ୍କ ପିନ୍ଧିବା ଦ୍ୱାରା ଅଧିକ ସୁରକ୍ଷା ମିଳିପାରିବ ଓ କେଉଁ ମାସ୍କ ପିନ୍ଧିବା ଅସୁରକ୍ଷିତ ସେ ସମ୍ପର୍କରେ ସୂଚନା ପ୍ରକାଶ ପାଇଛି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି କୋଭିଡ୍ ବିରୋଧରେ ଏନ୯୫ ମାସ୍କ ଅଧିକ ପ୍ରଭାବୀ । ଏହାସହିତ କୁହାଯାଇଛି କପଡ଼ା ମାସ୍କ ପର୍ଯ୍ୟାପ୍ତ ସୁରକ୍ଷା ଦିଏ ନାହିଁ ।

 

ଆମେରିକାନ୍ କନଫରେନ୍ସ ଅଫ୍ ଗଭର୍ଣ୍ଣମେଣ୍ଟାଲ୍ ଇଣ୍ଡଷ୍ଟ୍ରିଆଲ୍ ହାଇଜିନିଷ୍ଟ୍ରେସ୍ ଅନୁସାରେ, ଭାଇରସ୍ କୁ ବ୍ୟାପିବାରେ ରୋକିବାରେ ଅଧିକ ମାତ୍ରାରେ ସୁରକ୍ଷା ଦେଇଥାଏ ଏନ୍୯୫ ମାସ୍କ । ଯଦି ସଂକ୍ରମିତ ବ୍ୟକ୍ତି ମାସ୍କ ପିନ୍ଧୁ ନାହିଁ ତେବେ ମଧ୍ୟ ସଂକ୍ରମଣ ବ୍ୟାପିବାରେ ୨.୫ ଘଣ୍ଟା ଲାଗିବାରେ । ଆଉ ଯଦି ଉଭୟ ଏନ୍୯୫ ମାସ୍କ ପିନ୍ଧୁଛନ୍ତି ତାହେଲେ ସଂକ୍ରମଣ ବ୍ୟାପିବାକୁ ୨୫ ଘଣ୍ଟା ସମୟ ଲାଗିବ । ରିପୋର୍ଟରୁ ଜଣାପଡ଼ିଛି ଯେ, କପଡ଼ା ମାସ୍କ ତୁଳନାରେ ସର୍ଜିକାଲ୍ ମାସ୍କ ଅଧିକ ସୁରକ୍ଷା ଦେଇଥାଏ ।

ହେଲେ କିଛି ଲୋକ ଆରାମକୁ ଆଖି ଆଗରେ ରଖି କପଡ଼ା ମାସ୍କ ବ୍ୟବହାର କରୁଛନ୍ତି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସର୍ଜିକାଲ୍ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥାନ୍ତି । ବର୍ତ୍ତମାନ ସମୟରେ ଓମିକ୍ରନ ଭାରିଆଣ୍ଟ ଦ୍ରୁତ ସଂକ୍ରମଣକାରୀ ଭାରିଆଣ୍ଟ୍ ହୋଇଛି । ବୁଷ୍ଟର୍ ଡୋ୍ଜ ନେଇ ମଧ୍ୟ ଲୋକମାନେ ଏହି ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଯାଉଛନ୍ତି । ଆଉ ଏଭଳି ସ୍ଥିତିରେ ଯଦି ଆପଣ ମାସ୍କ ପିନ୍ଧୁନାହାନ୍ତି ତାହେଲେ ୧୫ ମିନିଟ୍ ଭିତରେ ଆପଣ କୋଭିଡ୍ ର ଶିକାର ହୋଇଯିବେ । ସର୍ଜିକାଲ୍ ମାସ୍କ ବଦଳରେ ଆପଣ ଯଦି କପଡ଼ା ମାସ୍କ ପିନ୍ଧୁଥାନ୍ତି ତେବେ ୨୦ ମିନିଟ୍ ଭିତରେ କୋଭିଡ୍ ଆପଣଙ୍କୁ କାବୁ କରିବ ।

Get real time updates directly on you device, subscribe now.