fbpx

RJD ସୁପ୍ରିମୋ ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଚାଲିଥିବା ଚାରା ଘୋଟାଲା ମାମଲାର ଶୁଣାଣି ଆଜି ହୋଇଛି । ସ୍ପେଶାଲ କୋର୍ଟର ବିଚାରପତି ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ତାଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ ହୋଇଥିବା ଜଣାପଡ଼ିଛି । ତେବେ ଏନେଇ ଲାଲୁଙ୍କ ଓକିଲ କହିଛନ୍ତି ଯେ, ପରବର୍ତ୍ତୀ ବେଲ ପାଇଁ ଅର୍ଜି ଦାଖଲ କରାଯିବ, ମାତ୍ର ବେଲ ନ ମିଳିବା ପର୍ଯ୍ୟନ୍ତ ଲାଲୁଙ୍କୁ ଜେଲରେ ରହିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଡୋରଣ୍ଡା କୋଷାଗାରର ଚାରା ଘୋଟାଲା ମାମଲାରେ ଲାଲୁଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଗତ ୧୫ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମୋଟ ୧୩୯.୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା । ଆଜି ଲାଲୁ ଅନଲାଇନରେ ସାମିଲ ହୋଇଥିବା ବେଳେ କୋର୍ଟ ଅନଲାଇନରେ ମଧ୍ୟ ଶୁଣାଣି କରିଥିଲେ । ଚାରା ଘୋଟାଲା ସମ୍ପର୍କୀତ ଅନ୍ୟ ୪ଟି ମାଲଲାରେ ଲାଲୁ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଉକ୍ତ ମାମଲାରେ ଲାଲୁଙ୍କୁ ମୋଟ ୧୪ ବର୍ଷର ଜେଲଦଣ୍ଡ ଘୋଷଣା କରାଯାଇଛି ।

Get real time updates directly on you device, subscribe now.