fbpx

ପେଟ୍ରୋଲ-ଡିଜେଲର ମହଙ୍ଗା ଯୁଗ ସରିଲା: ଖୁବଶୀଘ୍ର ବାଧ୍ୟତାମୂଳକ ହେବ Flex Fuel Engine, ଆସୁଛି କେନ୍ଦ୍ର ସରକାରଙ୍କ ବିକଳ୍ପ ଯୋଜନା

ନୂଆଦିଲ୍ଲୀ: ତେଲ ଦର ଦିନକୁ ଦିନ ଅହେତୁକ ବୃଦ୍ଧି ହେତୁ ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କରୋନା ମହାମାରୀରେ ଚାକିରି, ଜୀବିକା ହରାଇ କସରତ କରୁଥିବା ଗରିବଙ୍କ ପାଇଁ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତେବେ ସାଧାରଣ ଜନତାଙ୍କୁ ଖୁବଶୀଘ୍ର ପେଟ୍ରୋଲ-ଡିଜେଲ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବ । କେନ୍ଦ୍ର ସରକାର ଏନେଇ ଏକ ବିକଳ୍ପ ଯୋଜନାର ପ୍ଲାନିଂ କରୁଛନ୍ତି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡକରୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ୬ ମାସ ମଧ୍ୟରେ ଫ୍ଲେକ୍ସ ଫୁଏଲ ଇଞ୍ଜିନକୁ ବାଧ୍ୟତାମୂଳକ କରାଯିବ । ଫଳରେ ଜନସାଧାରଣ ପେଟ୍ରୋଲ-ଡିଜେଲ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଫ୍ଲେକ୍ସ ଇଞ୍ଜିନ ବଜାରକୁ ଆସିଲେ ପୂର୍ବ ଭଳି ଆଉ ପେଟ୍ରୋଲ-ଡିଜେଲ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଫ୍ଲେକ୍ସ ଇଞ୍ଜିନ ହେଉଛି ଗ୍ୟାସୋଲିନ ଓ ମିଥାନଲ କିମ୍ବା ଇଥାନଲର ମିଶ୍ରଣରୁ ପ୍ରସ୍ତୁତ ଏକ ବିକଳ୍ପ ଇନ୍ଧନ । ଅନ୍ୟ ଇଞ୍ଜିନ ତୁଳନାରେ ଫ୍ଲେକ୍ସ କମ୍ ମୂଲ୍ୟରେ ଉତ୍ପାଦିତ ହୋଇଥାଏ । ତେଣୁ ସରକାର ଏପରି ଏକ ବିକଳ୍ପ ଯୋଜନାର କାର୍ଯ୍ୟକାରିତା ନେଇ ଯୋଜନା ଚଳାଇଛନ୍ତି । ସମସ୍ତ ପ୍ରକାର ଗାଡ଼ି ପାଇଁ ଏହି ଇଞ୍ଜିନ ପ୍ରସ୍ତୁତ କରାଯିବାକୁ ସମସ୍ତ ଅଟୋ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ । ଯଦି ଦେଶରେ ଫ୍ଲେକ୍ସ ଫୁଏଲକୁ ବାଧ୍ୟତାମୂଳକ କରାଯାଏ, ତେବେ ସମସ୍ତେ ଶସ୍ତାରେ ଗାଡ଼ି ଚଳାଇ ପାରିବେ । ଇଥାନଲ ଦର ଲିଟର ପିଛା ୬୫ରୁ ୭୦ ଟଙ୍କା ମଧ୍ୟରେ ରହିଥାଏ । ବର୍ତ୍ତମାନର ପେଟ୍ରୋଲ-ଡିଜେଲ ଚାଳିତ ଗାଡ଼ି ପାଇଁ ଅଲଗା ଅଲଗା ଟାଙ୍କି ରହିଥାଏ । ମାତ୍ର ଫ୍ଲେକ୍ସ ଫୁଏଲ ଇଞ୍ଜିନରେ ଆପଣ ଗୋଟିଏ ଟାଙ୍କିରୁ ଅନେକ ପ୍ରକାର ଫୁଏଲ୍ ପାଇ ପାରିବେ । ଏହି ଇଞ୍ଜିନକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥାଏ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.