fbpx

ଝାରସୁଗୁଡ଼ା ବିମାନବନ୍ଦରରୁ କଲିକତାକୁ ଆଜିଠାରୁ ବିମାନସେବା ଆରମ୍ଭ

Advertisement

ଭୁବନେଶ୍ୱର: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜିଠାରୁ କୋଲକାତାକୁ ବିମାନସେବା ଆରମ୍ଭ ହେବ । ଆଜି ସନ୍ଧ୍ୟା ୭ଟା ୨୫ ମିନିଟ କୋଲକାତାରୁ ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ଝାରସୁଗୁଡ଼ାରେ ପହଞ୍ଚିବ । ଏଠାରୁ ୭ ଟା ୫୫ ମିନିଟରେ ତାହା ପୁଣି କୋଲକାତା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବ ବୋଲି ଝାରସୁଗୁଡ଼ା ବିମାନବନ୍ଦରର ପ୍ରକଳ୍ପ ନିର୍ଦ୍ଦେଶକ ସନ୍ଦୀପ ତିୱାରୀ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରୁ ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ଚଳାଚଳ କରିବ । ଶିଳ୍ପାଞ୍ଚଳ ଝାରସୁଗୁଡ଼ାରୁ ଦୁଇ ପ୍ରମୁଖ ସହରକୁ ସିଧାସଳଖ ବିମାନସେବା ଦ୍ୱାରା ପଶ୍ଚିମ ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଲୋକମାନେ ଲାଭବାନ୍‍ ହେବେ ।

ସେହିପରି ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଆସନ୍ତାକାଲିଠାରୁ ଦ୍ୱିତୀୟ ବିମାନ ଉଡାଣ ଆରମ୍ଭ ହେବ । ଇଣ୍ଡିଆ ୱାନ୍‍ ଏୟାର ସଂସ୍ଥା ପକ୍ଷରୁ ଏହି ବିମାନ ଚଳାଚଳ କରିବ । ସପ୍ତାହର ସୋମବାର ଓ ଶୁକ୍ରବାର ଏହି ସେବା ଜାରି ରହିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିମାନଟି ସକାଳ ୭ଟା ୧୦ ମିନିଟ୍‍ରେ ଭୁବନେଶ୍ୱରରୁ ବାହାରି ୮ଟା ୪୫ ମିନିଟରେ ଜୟପୁରରେ ପହଞ୍ଚିବ । ସେହିଭଳି ସକାଳ ୯ଟାରୁ ଜୟପୁରରୁ ବାହାରି ପୂର୍ବାହ୍ନ ୧୦ଟା ୩୫ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ ।

Get real time updates directly on you device, subscribe now.