fbpx
BJD SKY
BJD SKY

Flipkart Republic Day Saleର ଘୋଷଣା ହେଲା ତାରିଖ, ମିଳିବ ବମ୍ପର ରିହାତି

BJD

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବା ସାଙ୍ଗକୁ ଇ-କମର୍ସ ପ୍ଲାଟଫର୍ମ ଉପରେ ସେଲ ଆରମ୍ଭ ହୋଇସାରିଛି । ଆମାଜନ ପରେ ଏବେ ଫ୍ଲିପକାର୍ଟ ମଧ୍ୟ ସେଲ ତାରିଖ ଘୋଷଣା କରିଛି । ଇ-କମର୍ସ ପ୍ଲାଟଫର୍ମ ଉପରେ ଫ୍ଲିପକାର୍ଟ ରିପବ୍ଲିକ ଡେ’ ସେଲ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ସେଲ ୧୪ ଜାନୁଆରୀରୁ ଆରମ୍ଭ ହୋଇ ୧୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ।

ସେଲରେ ୧୦ ପ୍ରତିଶତ ଆଡିସନାଲ ଇନଷ୍ଟାଣ୍ଟ ଡିସକାଉଁଣ୍ଟ ଆଇସିଆଇସିଆଇ ବ୍ୟାଙ୍କ କାର୍ଡ ଉପରେ ମିଳିବ । ସେଲର ଆକ୍ସେସ ଗୋଟିଏ ଦିନ ପୂର୍ବରୁ ଫ୍ଲିପକାର୍ଟ ପ୍ଲସ ମେମ୍ବର୍ସଙ୍କୁ ମିଳିଯିବ । ସେଲରେ ପ୍ଲସ ଏବଂ ଭିଆଇପି ମେମ୍ବର୍ସଙ୍କ ପାଇଁ Rush Hour ସେଲ ହେବ । ଏଥିରେ ଆପଣଙ୍କୁ ସ୍ମାର୍ଟ ଫୋନ, ଇଲେକ୍ଟ୍ରୋନିକସ, ଟିଭି ଏବଂ ଅନ୍ୟାନ୍ୟ ହୋମ ଆପ୍ଲାଏନ୍ସ ଉପରେ ଆକର୍ଷଣୀୟ ଅଫର ମିଳିବ ।

ଫ୍ଲିପକାର୍ଟ ସେଲର ମାଇକ୍ରୋ ସାଇଟ ଇ-କମର୍ସ ପ୍ଲାଟଫର୍ମ ଲାଇଭ ହୋଇସାରିଛି । ଏଠାରେ ବହୁ ଅଫର୍ସକୁ ଟିଜ କରାଯାଉଛି, ଯେଉଁଥିରେ ସ୍ମାର୍ଟଫୋନ୍ସର ଲିଷ୍ଟ ଲମ୍ବା ରହିଛି । ଫ୍ଲିପକାର୍ଟ ସେଲରୁ ଆପଣ ଆଇଫୋନ ୧୫କୁ ଶସ୍ତାରେ କିଣିପାରିବେ । ବର୍ତ୍ତମାନ ଏହାର ଡିସକାଉଁଣ୍ଟ ପ୍ରାଇସକୁ ରିଭିଲ କରାଯାଇନାହିଁ । ଏପରି ଅଫର ସାମସଙ୍ଗ ଗାଲାକ୍ସି ଏସ୨୧ ଏଫଇରେ ମଧ୍ୟ ମିଳିବ ।

ଏହା ବ୍ୟତୀତ ଗୁଗୁଲ ପିକ୍ସେଲ ୭ଏକୁ ଶସ୍ତାରେ ଆପଣ କିଣିପାରିବେ । ରିଅଲମି ୧୧ଏକ୍ସ ୫ଜି ସ୍ମାର୍ଟଫୋନ ମଧ୍ୟ ସେଲରେ ଡିସକାଉଁଣ୍ଟରେ ଉପଲବ୍ଧ ରହିଛି । ଆପଣ ସାମସଙ୍ଗ ଗାଲାକ୍ସି ଏଫ୧୪ ଏବଂ ରିଅଲମି ସି୫୩କୁ ମଧ୍ୟ ଶସ୍ତାରେ କିଣାଯାଇପାରିବେ । ଏହି ସ୍ମାର୍ଟଫୋନର ମୂଲ୍ୟ କମ୍ପାନୀ ଘୋଷଣା କରିନାହିଁ । ଏହା ବ୍ୟତୀତ ଆପଣ ଟିଭି, ଲ୍ୟାପଟପ ଏବଂ ଅନ୍ୟାନ୍ୟ ପ୍ରଡକ୍ଟକୁ ଶସ୍ତାରେ ଏହି ସେଲରୁ କିଣିପାରିବେ । ମୋବାଇଲ ଆପ ଉପରେ ସେଲ ସହ ଜଡିତ ଡିଟେଲ୍ସକୁ ଲାଇଭ କରାଯାଇଛି ।

Get real time updates directly on you device, subscribe now.