fbpx
BJD SKY
BJD SKY

ଏଠାରେ ଏବେ ଏୟାର କୁଲର ଉପରେ ମିଳୁଛି ବମ୍ପର ରିହାତି, ଶୀଘ୍ର ଉଠାନ୍ତୁ ଫାଇଦା

BJD

ନୂଆଦିଲ୍ଲୀ: ଶୀତ ଯାଇ ଧୀରେ ଧୀରେ ଗ୍ରୀଷ୍ମର ତାତି ଅନୁଭୂତ ହେଲାଣି । ଆଗକୁ ତାପମାତ୍ରା ଆହୁରି ବଢିବାରେ ଲାଗିବ । ତାତି ବଢିବା ପୂର୍ବରୁ ଆପଣଙ୍କୁ ଗରମରୁ ମୁକ୍ତି ପାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ । ଆପଣ ଯଦି ଗରମରୁ ରକ୍ଷା ପାଇବା ପାଇଁ ଏସି କିଣିବା ଯୋଜନାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଫ୍ଲିପକାର୍ଟ ଆଣି ଆସିଛି ଅପୂର୍ବ ସୁଯୋଗ । ଏବେ ଇ କମର୍ସ ପ୍ଲାଟଫର୍ମ flipkart ରେ ସମର ଫେଷ୍ଟିଭାଲ ସେଲ୍ ଚାଲିଛି ଯେଉଁଥିରେ ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷକ ରିହାତି ଅଫର ମିଳୁଛି ।

ଏହି ସେଲ୍‌ରେ ଏସବିଆଇ କାର୍ଡ ହୋଲ୍ଡରଙ୍କୁ ୧୦% ପର୍ଯ୍ୟନ୍ତ ଇଣ୍ଟ୍ରେଷ୍ଟ ଡିିସକାଉଣ୍ଟ ମିଳୁଛି । ୧୭ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ସେଲ୍ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଆପଣଙ୍କ ବଜେଟ୍ ୩୦,୦୦୦ରୁ କମ୍ ରହିଥିଲେ ଆପଣ ଏହି ସେଲ୍‌ରେ ଏସି କିଣିପାରିବେ । Llyod ର ୦.୮ ଟଚ୍ ସ୍ପ୍ଲିଟ୍ ଏସି ମାତ୍ର ୨୬,୯୯୦ରେ ମିଳୁଛି । ସେହିପରି ଗୋଦରେଜ୍‌ର କନଭର୍ଟିବଲ୍ କୁଲିଂ ବାଲା ୧ଟନ୍ ଏସି ୨୮,୯୯୦ଟଙ୍କାରେ ମିଳୁଛି । ଏହି ସ୍ପ୍ଲିଟ୍ ଏସି ୩ଷ୍ଟାର ରେଟିଂ ଓ ଏକ୍ସଚେଞ୍ଜ ଅଫର ସହ ଆସୁଛି । ସେହିପରି Voltasର ଏକ ଟନ୍ କ୍ଷମତା ବାଲା ୩ ଷ୍ଟାର ସ୍ପ୍ଲିଟ୍ ଏସି ୨୮,୯୯୦ ଟଙ୍କାରେ ଆସୁଛି । ଏହା ଉପରେ ଏକ୍ସଚେଞ୍ଜ ଅଫର ଓ ଅନ୍ୟ ସୁବିଧା ବି ମିଳୁଛି ।
ବ୍ଲୁ ଷ୍ଟାରର ୦.୯ ଟନ୍ କ୍ଷମତା ବିଶିଷ୍ଟ ୩ଷ୍ଟାର ସ୍ପ୍ଲିଟ୍ ଏସି ୨୮,୯୯୦ ଟଙ୍କାରେ ମିଳୁଛି । MarQ ର ୧ ଟନ୍ କ୍ଷମତା ବାଲା ୩ଷ୍ଟାର ଏସି ୨୫,୯୯୦ଟଙ୍କାରେ ମିଳୁଛି । ଏହା ଉପରେ ମଧ୍ୟ ଆପଣଙ୍କୁ ଡିସକାଉଣ୍ଟ ଓ ଅନ୍ୟ ସୁବିଧା ମିଳିବ ।

Get real time updates directly on you device, subscribe now.