fbpx

ଲୋକସଭା ନିର୍ବାଚନ ପାଇଁ AIADMK ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଟିକେଟ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ତାରିଖ ଘୋଷଣା ହୋଇସାରିଛି । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ବୁଧବାର AIADMKର ମହାସଚିବ Edappadi K. Palaniswami ୧୬ ଜଣ ପ୍ରାର୍ଥୀଙ୍କ ନାଁ ବିଶିଷ୍ଟ ପ୍ରଥମ ତାଲିକା ପ୍ରକାଶ କରିଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବା ସମୟରେ ସେ କହିଥିଲେ ଯେ DMDKକୁ ୫ଟି ନିର୍ବାଚନ ମଣ୍ଡଳୀ ବଣ୍ଟନ କରାଯାଇଛି । ଏହା ବ୍ୟତୀତ ପୁଥିଆ ତମିଲଗମ୍ ଏବଂ ଏସଡ଼ିପିଆଇକୁ ଗୋଟିଏ ଲୋକସଭା ଆସନ ଦିଆଯାଇଛି ।

ଲୋକସଭା ନିର୍ବାଚନ ପାଇଁ AIADMK ପକ୍ଷରୁ ଚେନ୍ନାଇ ଦକ୍ଷିଣ ଆସନରୁ ଜୟବର୍ଦ୍ଧନ, ଉତ୍ତର ଚେନ୍ନାଇରୁ ରୋୟାପୁରମ ମନୋହରନ, କାଞ୍ଚିପୁରମରୁ ଇ.ରାଜାଶେଖର, ଆରାକୋନମରୁ ଏଏଲ୍ ବିଜୟନ୍‌, କୃଷ୍ଣଗିରିରୁ ଜୟପ୍ରକାଶ, ଆରନୀରୁ ଜିଭି ଗଜେନ୍ଦ୍ରନ୍‌, ଭିଲ୍ଲୁପୁରମରୁ ଜେ. ଭାଗ୍ୟରାଜ, ସାଲେମରୁ ପି. ବିଘ୍ନନେଶ, ନମକ୍କଲରୁ ଏସ୍ ତାମିଲମନୀ, ଇରୋଡ଼ରୁ ଅଶୋକ କୁମାର, କରୁରରୁ କେଆରଏଲ୍ ଥାଙ୍ଗଭେଲ୍‌, ଚିଦମ୍ବରମରୁ ଏମ୍ ଚନ୍ଦ୍ରହାସନ, ମଦୁରୈରୁ ସରୱାନନ୍‌, ଥେନୀ ଆସନରୁ ଭିଡି ନାରାୟଣସ୍ୱାମୀ, ଭିରୁଧୁନଗରରୁ ପି. ଜେୟାପେରୁମଲ ଏବଂ ନାଗପଟ୍ଟିନମରୁ ସୁରଜୀତ ଶଙ୍କରଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି ।

Get real time updates directly on you device, subscribe now.