fbpx

ବନ୍ୟା Alert… ୨୪ ଘଣ୍ଟା ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ: ବୈଠକରେ SRCଙ୍କ ନିଷ୍ପତ୍ତି

Advertisement

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ଏସଆରସି ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ତେବେ ଏଭଳି ଏକ ପରିସ୍ଥିତିରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନା ଅନୁସାରେ, ଦୁର୍ବଳ ନଦୀ ବନ୍ଧଗୁଡ଼ିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ପୋଲିସ, ଜଳସମ୍ପଦ ବିଭାଗ ଯନ୍ତ୍ରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ପରେ ଏହି ନିର୍ଦ୍ଦେଶ ନେଇଛନ୍ତି ଏସଆରସି । ପାଟ୍ରୋଲିଂ କଡ଼ାକଡ଼ି କରିବା ସହିତ ଦରକାର ପଡ଼ିଲେ ତଳୁଆ ଅଞ୍ଚଳରୁ ସ୍ତାନାନ୍ତର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ନିରାପଦ ବିଲ୍ଡିଂରେ ରହିବା ଏବଂ ଖାଇବାର ବ୍ୟବସ୍ଥା ପାଇଁ କହିଛନ୍ତି ଏସଆରସି ।

Get real time updates directly on you device, subscribe now.