fbpx

ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା: ଜଳସମ୍ପଦ ବିଭାଗ

ଭୁବନେଶ୍ୱର, ୨୯ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସେ କହିଛନ୍ତି ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି ।ଏହାସହ ଉପକୂଳବର୍ତ୍ତୀ ଜିଲ୍ଲାରେ ବନ୍ୟା ଆଶଙ୍କା ମଧ୍ୟ ରହିଛି । ବର୍ତ୍ତମାନ ହୀରାକୁଦର ୪୪ଟି ଗେଟ ଖୋଲା ରହିଛି । ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି । ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାକୁ ଆଲର୍ଟ ରଖାଯାଇଛି । ବୈତରଣୀ ଆଖୁଆପଦାରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ରହିଛି । ରାଜ୍ୟରେ ଅନ୍ୟ ନଦୀ ଗୁଡ଼ିକର ଜଳସ୍ତର ହ୍ରାସ ପାଉଛି । ବନ୍ୟା ଫଳରେ ବିଭିନ୍ନ ସ୍ଥାନରେ ମୋଟ୍ ୨୬ଟି ଘାଇ ହୋଇଛି । ଯାଜପୁରରେ ବରୀରେ ସର୍ବାଧିକ ଘାଇ ସୃଷ୍ଟି ହୋଇଥିବା ନେଇ ସୂଚନା ରହିଛି । ଅନ୍ୟ ୪୮ଟି ଦୁର୍ବଳ ସ୍ଥାନ ଉପରେ ମଧ୍ୟ ନଜର ରଖାଯାଇଛି । ଏହାସହ ଜଳ ସମ୍ପଦ ବିଭାଗ ଯନ୍ତ୍ରୀମାନେ ରାତିସାରା ପାଟ୍ରୋଲିଂ କରୁଛନ୍ତି ।

Get real time updates directly on you device, subscribe now.