CHARIDHAM

ବର୍ଷା ଦିନ ଆରମ୍ଭରୁ ବନ୍ୟା ଆଶଙ୍କା, ଚିନ୍ତାରେ ସରକାର, ସଜାଗ ପ୍ରଶାସନ !

ବର୍ଷା ଦିନ ଆରମ୍ଭ ନହେଉଣୁ ଡରାଇଲାଣି ବନ୍ୟା ଆଶଙ୍କା।

ଭୁବନେଶ୍ୱର: ଚିନ୍ତାରେ ସରକାର। ବର୍ଷା ଯୋଗୁଁ ଫୁଲିଲାଣି ନଦୀ। କିଛି ଦିନ ହେବ ଲଘୁଚାପ ପ୍ରଭାବରେ  ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ସେଥିପାଇଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢୁଛି।

ଯାହାକୁ ନେଇ ଚିନ୍ତାରେ ସରକାର। ବର୍ଷା ଦିନ ଆରମ୍ଭ ନହେଉଣୁ ଡରାଇଲାଣି ବନ୍ୟା ପରିସ୍ଥିତି। ସେଥିପାଇଁ ବନ୍ୟା  ଆଶଙ୍କା ଥିବାରୁ ପ୍ରସ୍ତୁତ ହେଲାଣି ପ୍ରଶାସନ। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଛି।

ଗାଲୁଡିହି ବ୍ୟାରେଜରୁ ପାଣି ଛାଡ଼ିବା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଛି।  ରାସଗୋବିନ୍ଦପୁର ଓ ସାରସକଣାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।  ଲଗାଣ ବର୍ଷା ଯୋଗୁଁ ୧୩ ଟି ଗେଟ୍ ଖୋଲିଛି।

ସେଥିପାଇଁ ବନ୍ୟା ଆଶଙ୍କା ଥିବାରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ବନ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।