fbpx

ପିକନିକ କରିବାକୁ ଯାଇ ବନ୍ୟାରେ ଭାସିଗଲେ ୭ଜଣ ସାଙ୍ଗ

ନୂଆଦିଲ୍ଲୀ: ରାଜସ୍ଥାନର ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ରଖିଛି। ଜୟପୁରଠାରୁ ନେଇ ଦୌସା, ସବାଇ ମାଧୋପୁର, ଭରତପୁର, ଦୋଲପୁର, କରୌଲୀ, ଅଲବର ଜିଲ୍ଲାରେ ଲୋକେ ବର୍ଷା ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ବର୍ଷା ମଧ୍ୟରେ ଭରତପୁରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ପ୍ରବାହିତ ବାଣ ଗଙ୍ଗା ନଦୀରେ ସାତ ଜଣ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ସମସ୍ତଙ୍କ ବୟସ ୧୮ ରୁ ୨୨ ବର୍ଷ ମଧ୍ୟରେ ଜଣାପଡିଛି। ଏଥିସହ ତାଙ୍କ ସହ ଥିବା ୮ମ ନମ୍ବର ସାଙ୍ଗ, କୋମାରେ ଅଛନ୍ତି।

ନଦୀରେ ଗାଧୋଇବା ପାଇଁ ଯାଇଥିବା ଜଣେ ସାଙ୍ଗଙ୍କୁ ଅଚାନକ ଏକ ସ୍ରୋତ ଭସାଇନେଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଜଣେ ଜଣେ ସାଙ୍ଗ ସେହି ସ୍ରୋତକୁ ଡେଇଁପଡିଥିଲେ। ଏଥିସହ ଯୁବକଙ୍କ ଶବକୁ ୨ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଏହା ପୂର୍ବରୁ ଆଜି ସାକାଳେ ଭରତପୁରର ପଡୋଶୀ ଜିଲ୍ଲା କରୌଲୀରେ ବିଲ୍ଡିଂ ଭୁଶୁଡି ବାପା ଏବଂ ପୁଅଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.