fbpx

ଚକୋଲେଟ୍ ଓ ଫୁଲ ରାଖୀ, ଏଥର ଭାଇ ହାତରେ ଭଉଣୀ ବାନ୍ଧିବ ନୂଆ ଡିଜାଇନ୍‌

ସୋର(ଓଡ଼ିଶା ଭାସ୍କର): ରାତି ପାହିଲେ ରକ୍ଷା ବନ୍ଧନ। ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାଖୀ ବାନ୍ଧି ତାର ଶୁଭ ମନାସି ଥାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ଭଳିକି ଭଳି ରାଖୀ ଦୋକାନ ଖୋଲିଛି। ବଜାରରେ ଫେନ୍ସି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରାଖୀ ମିଳୁଛି । କିନ୍ତୁ ଏଥର ବାଲେଶ୍ଵର ଜିଲ୍ଲା ସୋରରେ ପ୍ରସ୍ତୁତ ହୋଇଛି ଫୁଲରେ ରାଖୀ। ଯାହା ଦେଖିବାକୁ ବେଶ ଆକର୍ଷଣୀୟ ଲାଗୁଛି ।

ଏଭଳି ଅଲଗା ପ୍ରକାର ରାଖୀର ମୂଲ୍ୟ ମାତ୍ର ୩୦ ରୁ ୫୦ଟଙ୍କା ମଧ୍ୟରେ ରହିଛି। ଗୋଟିଏ ଥାଳିରେ ଦୁଇଟି ରାଖୀ ସାଙ୍ଗକୁ ପୂଜା ଓ ବନ୍ଦାପନା ପାଇଁ ଅନ୍ୟ ସବୁ ସାମଗ୍ରୀ ରହିଛି। ଯାହାକି ସମ୍ପୂର୍ଣ୍ଣ ଭାବେ ଏକ ପ୍ୟାକେଟ ଯାହା ଭଉଣୀମାନେ ବ୍ୟବହାର କରି ପାରିବେ। ଏମିତି ଉଦ୍ୟମ ଯୋଗୁଁ ଅନେକ ଯୁବକ ରୋଜଗାରକ୍ଷମ ହୋଇ ପାରୁଛନ୍ତି।  କରୋନା  ସମୟରେ ଫୁଲରେ ରାଖୀ ତିଆରି କରି ବିକ୍ରି କରିବା ସହ କିଛି ପିଲାଙ୍କୁ ରୋଜଗାର ମିଳି ପାରୁଛି। ବଜାରରେ ବିଭିନ୍ନ ଫୁଲର ରାଖୀ ସମେତ ଚକୋଲେଟ ରାଖୀ ମଧ୍ୟ ମିଳୁଛି।

Get real time updates directly on you device, subscribe now.