fbpx

ଖୁବ ଶୀଘ୍ର ମାର୍କେଟକୁ ଆସୁଛି ଫ୍ଲାୟିଙ୍ଗ ବାଇକ, ଘଣ୍ଟା ପ୍ରତି ୮୦୪ କି.ମି ରହିବ ସ୍ପୀଡ଼

ନୂଆଦିଲ୍ଲୀ :ବିଶ୍ୱର ସବୁଠାରୁ ଅଧିକ ସ୍ପିଡରେ ଉଡାଣ ଭରିବ ଏହି ମୋଟର ସାଇକେଲ । ଘଣ୍ଟା ପ୍ରତି ବେଗ ରହିବ ୮୦୪ କି.ମି ରହିବ । କାଳ୍ପନିକ କଥା ଏବେ ସତ ହେବାକୁ ଯାଉଛି । ବର୍ତ୍ତମାନ ସମୟରେ ମୋଟସାଇକେଲ ସଡକରେ ଚାଲୁଛି । ହେଲେ ଆଉ କିଛି ଦିନ ପରେ ମୋଟର ସାଇକେଲ ଏରୋପ୍ଲେନ ଭଳି ଆକାଶରେ ଉଡାଣ ଭରିବ । ଦର୍ଶକ ବନ୍ଧୁ ଆପଣଙ୍କୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହି କାଳ୍ପନିକ କଥା ଆଉ କିଛି ଦିନ ପରେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ସାଧାରଣତଃ ଉଡାଜାହାଜ ଗୁଡିକ ପ୍ରତି ଘଣା ପ୍ରତି ୮୮୦ରୁ ୯୨୬ କିଲୋମିଟର ସ୍ପିଡରେ ଉଡିଥାନ୍ତି । ସେଭଳି ଆଗକୁ ଆସୁଥିବା ମୋଟରସାଇକେଲର ଗତି ମଧ୍ୟ ଘଣା ପ୍ରତି ବେଗ ୮୦୪ କିଲୋ ମିଟର ରହିବ । ଏହି ମୋଟର ସାଇକେଲର ପ୍ରସ୍ତୁତି ଜେଟ୍ପ୍ୟାକ ଆଭିଏସନ୍ର କମ୍ପାନୀ ମାୟମାନ୍ ଏରୋସ୍ପେସ୍ ଏହାକୁ ପ୍ରସ୍ତୁତ କରିଛି । ଏହାର ଗତି ପ୍ରାୟତଃ ବିମାନର ଗତି ଭଳି ରହିବ। ତେବେ ମାୟମାନ୍ କମ୍ପାନୀର ମାଲିକ ଡେବିଡ ଏହି ମଟୋର ସାଇକେଲର ନାମ ସ୍ପିଡର ରହିବ ବୋଲି ସୂଚନା ଦେଇଛନ୍ତି । ଏହା ବାସ୍ତବରେ ଏକ ଏୟାର ୟୁଟିଲିଟି ଯାନ ଅଟେ । ଏହାର ବ୍ୟବହାର ବିଭିନ୍ନ କାର୍ଯ୍ୟରେ କରାଯାଇପାରିବ । ଯେଉଁଠାରେ ବିମାନ କିମ୍ବା ଡ୍ରୋନ୍ର ବ୍ୟବହାର କରାଯାଇ ପାରିବ ନାହିଁ ସେଠାରେ ଏହି ମୋଟର ସାଇକେଲ ଅବା ସ୍ପିଡର ବ୍ୟବହାର କରାଯାଇପାରିବ।

ତେବେ ଆସନ୍ତୁ ଜାଣିବା ସ୍ପିଡରକୁ କିପରି ବ୍ୟବହାର କରାଯାଇପାରିବ ?
ସ୍ପିଡରେ ୮ଟି ଜେଟ୍ ଇଞ୍ଜିନ୍ ଲଗ।ଯାଇଛି । ଫୁଟୁରିଜିମ୍ ୱେବସାଇଟ୍ ଅନୁଯାୟୀ, ସ୍ପିଡର ବହୁତ ଶକ୍ତିଶାଳୀ ଅଟେ । ଏହା ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇପାରେ । ଏହାର ଘଣ୍ଟା ପ୍ରତି ବେଗ ୮୦୪ କିଲୋମିଟର ରହିବ । ଏହାର ଆକାର ସାଧାରଣ ମୋଟର ସାଇକେଲ ତୁଳନାରୁ ଯଥେଷ୍ଟ ବଡ ରହିବ । ତେବେ ସ୍ପିଡରକୁ ପାଇଲଟ୍ ପରିଚାଳନ କରିବା ସହ ରିମୋଟ ଦ୍ୱାରା ମଧ୍ୟ କଣ୍ଟ୍ରୋଲ କରାଯାଇପାରିବ । ଏହା ଥର କରେ ୬୪୪ କିଲୋମିଟର ପର୍ଯ୍ୟନ୍ତ ଉଡି ପାରିବ । ସ୍ପିଡର ବାଇକ୍ ମଡ୍ୟୁଲାର ଅଟେ । ଏହାକୁ ଆପଣ କାର୍ଗୋ ଭେଇକିଲ୍ ଅଥାର୍ଥ ଯେ କୌଣସି ବ୍ୟବସାୟିକ ସାମଗ୍ରୀ ପାଇଁ ଭଡା କିମ୍ବା ମାଲ ପରିବହନ ପାଇଁ ବ୍ୟବହାର କରିପାରିବେ । ଯେଭଳି କି ସ୍ପିଡରରେ ସାମଗ୍ରୀ ଭର୍ତ୍ତି କରି ସମୁଦ୍ର ମଝିରେ ଥିବା ଜାହାଜ ପାଖକୁ ପଠ।ଯାଇପାରିବ । ଏହା ସହ ସ୍ପିଡରକୁ ଜଙ୍ଗଲ , ପର୍ବତ, ସମୁଦ୍ର, ନଦୀ ଉପରେ ଉଡ।ଯାଇପାରିବ। ଏହା ସହ ଯଦି ସଡକ ଦୁର୍ଘଟଣାରେ କେହି ଆହାତ ହେଉଛନ୍ତି ତେବେ ସେଠାରେ ଆମ୍ବୁଲାନ୍ସ ପହଚିଂବା ବିଳମ୍ବ ହେଉଛି ସେଠାରେ ସ୍ପିଡରର ବ୍ୟବହାର କର।ଯାଇ ପାରିବ। ଆହାତଙ୍କୁ ସ୍ପିଡର ଦ୍ୱାରା ହସ୍ପିଟାଲରେ ପହଚଂ। ଯାଇପାରିବ । ଏହା ସହ ଜଙ୍ଗଲରେ ଲାଗୁଥିବା ନିଆଁକୁ ଲିଭାଇବା ପାଇଁ ଫାୟାର ବିମାନ ଭଳି ବ୍ୟବହାର କର।ଯାଇପାରିବ । କାରଣ ଏହା ଭର୍ଟିକାଲ ଟେକ୍ ଅଫ୍ ଏବଂ ଅବତରଣ କରିପାରିବ ।

ସୂଚନାମୁତାବକ, ୨୦୧୮ ମସିହାରେ ଏହି ପ୍ରୋଜେକ୍ଟ ଆରମ୍ଭ କର।ଯାଇଥିଲା।ମାୟମାନ ଏରୋସ୍ପେସ୍ ବର୍ତମାନ ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ସହିତ ସ୍ପିଡରର ପରୀକ୍ଷା ଅନୁମତି ପାଇ ସାରିଛି । ଜାହାଜରେ ବ୍ୟବହାର ହେଉଥିବା ଇନ୍ଧନ ସ୍ପିଡରରେ ବ୍ୟବହାର କରାଯିବ । ତେବେ ଦେଖିବା ବାକି ରହିଲା ଯେ ସ୍ପିଡର କେବେ ଉଡାଣ ଭରିବ ।

Get real time updates directly on you device, subscribe now.