fbpx

IAS ଅଫିସର ଜଣାଇଲେ କେତେ ଥିଲା ତାଙ୍କ ପ୍ରଥମ ମାସର ଦରମା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଇଏଏସ ସ୍ଵପ୍ନ ସାକାର ପାଇଁ ପ୍ରତିବର୍ଷ ୧୫ ଲକ୍ଷରୁ ଅଧିକ ଆଶାୟୀ ୟୁପିଏସସି ସିଭିଲ ସର୍ଭିସର ପରୀକ୍ଷା ଦେଇଥାନ୍ତି। ମାତ୍ର ଏଥିରୁ କିଛି ଆଶାୟୀ ସଫଳ ହୋଇଥାନ୍ତି। ୟୁପିଏସସିରେ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଛତିଶଗଡ କ୍ୟାଡରର ଆଇଏଏସ ଅଫିସର ଅବନୀଶ ଶରଣ। ସେ ସାମାଜିକ ଗଣମାଧ୍ୟମରେ ଖୁବ୍ ସକ୍ରିୟ ଥାଆନ୍ତି। ଅବନୀଶ ଟୁଇଟ୍ ଜରିଆରେ ଜଣାଇଛନ୍ତି ଯେ, ଟ୍ରେନିଂ ଆଇଏଏସ ଅଫିସର ହିସାବରେ ତାଙ୍କର ପ୍ରଥମ ଦରମା କେତେ ଟଙ୍କା ଥିଲା। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଅବନିଶ ଶରଣଙ୍କ ଟ୍ରେନିଂ ଆଇଏଏସ ଅଫିସର ଭାବେ ପ୍ରଥମ ମାସର ଦରମା ମାତ୍ର ୧୫ ହଜାର ଟଙ୍କା ଥିଲା। ସେ ହେଉଛନ୍ତି ୨୦୦୯ ବ୍ୟାଚର ଆଇଏଏସ।

ସେ ଏହା ମଧ୍ୟ ଜଣାଇଛନ୍ତି ତାଙ୍କୁ ଯେବେ ଏହି ଦରମା ମିଳିଥିଲା, ସେହି ସମୟରେ ତାଙ୍କର ବୟସ ୨୭ ବର୍ଷ ଥିଲା। ପରେ ସେ ଅନ୍ୟ ଲୋକଙ୍କୁ ସେମାନଙ୍କ ଦରମା ବିଷୟରେ ପଚାରିଛନ୍ତି। ତାଙ୍କ ପ୍ରଶ୍ନ ଉପରେ ଅନ୍ୟ ଆଇଏଏସ ଅଫିସରଙ୍କ ଖୁବ୍ ପ୍ରତିକ୍ରିୟା ମିଳିଛି। ଜଣେ କହିଛନ୍ତି ମୋର ପ୍ରଥମ ମାସର ଦରମା ୫୮୦୦ ଟଙ୍କା ଥିଲା। ଆଉ ଜଣେ କହିଛନ୍ତି ପ୍ରଥମ ମାସର ଦରମା ୬୦ ହଜାର ଟଙ୍କା ଥିଲା। ସୂଚନାଯୋଗ୍ୟ, ଅଫିସର ଅବନୀଶ ଶରଣ ୨୦୦୯ ସିଭିଲ୍ ସର୍ଭିସ ପରୀକ୍ଷାରେ ୭୭ତମ ରାଙ୍କ ହାସଲ କରିଥିଲେ।

ଟୁଇଟ୍ ଜରିଆରେ ଅବନୀଶ ୟୁପିଏସସି ବ୍ୟତୀତ ନିଜର ଅନ୍ୟ ପରୀକ୍ଷାର ରେଜଲ୍ଟ ବିଷୟରେ ମଧ୍ୟ କହିଛନ୍ତି। ସେ ରାଜ୍ୟ ଲୋକସେବା ଆୟୋଗର ପ୍ରାରମ୍ଭିକ ବା ପ୍ରିଲିମ ପରୀକ୍ଷାରେ ୧୦ ଥର ଫେଲ୍ ହୋଇଥିଲେ। ସିପିଏଫ ପରୀକ୍ଷାରେ ମଧ୍ୟ ତାଙ୍କୁ ସଫଳତା ମିଳିଥିଲା। କିନ୍ତୁ ୟୁପିଏସସି ପରୀକ୍ଷାରେ ପ୍ରଥମ ପ୍ରୟାସରେ ସେ ସାକ୍ଷାତକାର ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ଦ୍ଵିତୀୟ ପ୍ରୟାସରେ ସେ ୭୭ତମ ରାଙ୍କ ହାସଲ କରିଥିଲେ।

Get real time updates directly on you device, subscribe now.