ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଥିବା ସମୟରେ ନାଗପୁର ସ୍ଥିତ ଜାତୀୟ ସ୍ୱୟଂସେବକ ସଂଘ ମୁଖ୍ୟାଳୟର ସୁରକ୍ଷା ବଢାଯାଇଛି । ଆରଏସଏସ ମୁଖ୍ୟାଳୟର ବିପଦ ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପରିସରରେ ଫଟୋ ଉଠାଇବା, ଡ୍ରୋନ ଉଡାଇବା ଏବଂ ମୁଖ୍ୟାଳୟର ଭିଡିଓ କରିବାକୁ ବ୍ୟାନ କରାଯାଇଛି । ପୋଲିସର ଏହି ନିଷ୍ପତ୍ତି ୨୮ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଆସନ୍ତୁ ଜାଣିବା କଣ ରହିଛି ଏହି ମାମଲା ଏବଂ କାହିଁକି ନିଆଯାଇଛି ଏଭଳି ନିଷ୍ପତ୍ତି ।
ନାଗପୁର ପୋଲିସ କମିଶନର ଏହି ମାମଲାରେ କ୍ରାଇମବ୍ରାଞ୍ଚ (CrPC) ର ଧାରା ୧୪୪ (୧) (୩) ଅନୁଯାୟୀ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ଆରଏସଏସ ମୁଖ୍ୟାଳୟ ଏକ ଜନବହୁଳ ଅଞ୍ଚଳରେ ହୋଟେଲ, ଲଜ୍ ଏବଂ କୋଚିଂ କ୍ଲାସ୍ ଦ୍ୱାରା ଘେରି ରହିଛି। ଏହି କାରଣରୁ, ସେଠାକୁ ଯାଉଥିବା ଲୋକମାନେ ଫଟୋ ଉଠାଉଛନ୍ତି, ଭିଡିଓ କରିବା କିମ୍ବା ଡ୍ରୋନ୍ ଭିଡିଓଗ୍ରାଫି କରୁଛନ୍ତି। ଏହା ମୁଖ୍ୟାଳୟ ପାଇଁ ଏକ ସମ୍ଭାବ୍ୟ ବିପଦ ହୋଇପାରେ।
ପୋଲିସ ଦେଇଥିବା ରେ କୁହାଯାଇଛି ଯେ, ଆରଏସଏସ ମୁଖ୍ୟାଳୟ ପରିସରରେ ଡ୍ରୋନରୁ ଭିଡିଓ କିମ୍ବା ଫଟୋ ଉଠାଇବା ଉପରେ ବାରଣ କରାଯାଇଛି। ପୋଲିସ କହିଛି ଯେ, ଏହି ଆଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ସେ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଚଳିତ ବର୍ଷ ଜାନୁୟାରୀ ୨୯ ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।