fbpx
BJD SKY
BJD SKY

ବିହାର ବିଧାନସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ

BJD

ପାଟନା: ବିହାରରେ NDAର ନୂତନ ସରକାର ଗଠନ ପରେ ଆରଜେଡ଼ି ବିରୋଧରେ ଆକ୍ସନ ମୋଡ଼ରେ ବିଜେପି । ବିଧାନସଭା ଅଧ୍ୟକ୍ଷ ପଦରେ ଥିବା ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଜାରି କରିବା ପାଇଁ ନୋଟିସ ଦିଆଯାଇଛି । ନନ୍ଦକିଶୋର ଚୌଧୁରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ବିଜେପିର ନନ୍ଦକିଶୋର ଯାଦବଙ୍କ ସମେତ ଅନ୍ୟ ବିଧାୟକମାନେ ବିଧାନସଭା ସଚିବଙ୍କୁ ଅନାସ୍ଥା ପ୍ରସ୍ତାବ ପଠାଇଛନ୍ତି । କୁହାଯାଉଛି ଯେ ଇସ୍ତଫା ନ ଦେବା କାରଣରୁ ଅୱଧ ବହାରୀ ଚୌଧୁରୀଙ୍କୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି ।

ବିହାରରେ ବିଧାନସଭା ଦଳର ପରିସ୍ଥିତି ବିଷୟରେ ଆଲୋଚନା କରିବା ଯଦି ଏନଡିଏ ମେଣ୍ଟ ପାଖରେ ୧୨୮ ଜଣ ବିଧାୟକ ଥିବାବେଳେ ବିପକ୍ଷ ମହାମେଣ୍ଟ ପାଖରେ ୧୧୪ ଜଣ ବିଧୟକ ଅଛନ୍ତି । ବିହାର ବିଧାନସଭା ବାଚସ୍ପତି ଆବଧ ବିହାରୀ ଚୌଧୁରୀ ଆରଜେଡି କୋଟାରୁ ଆସିଛନ୍ତି । ତେବେ ତାଙ୍କ ବିରୋଧରେ ସମସ୍ତ ୧୨୮ ଜଣ ବିଧାୟକ ଛିଡ଼ା ହୋଇଥିବାରୁ ତାଙ୍କର ହଟିବା ଏକ ପ୍ରକାର ନିଶ୍ଚିତ ମନେ ହେଉଛି ।

Get real time updates directly on you device, subscribe now.