ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, ଚକ-ଅଖ ଜାମ୍

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ।

ଭୁବନେଶ୍ବର: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଜଳୁଛି ସାରା ଓଡ଼ିଶା । ନ୍ୟାୟ ପାଇଁ ଦାବି ହେଉଥିବା ବେଳେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏହାରି ଭିତରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ 8 ରାଜନୈତିକ ଜଳ ।

12 ଘଣ୍ଟିଆ ବନ୍ଦ- ଆଜି କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚକ, ଅଖ ଜାମ୍ କରିବା ପାଇଁ କଂଗ୍ରେସ ଆହ୍ବାନ କରିଛି । ରାଜରାସ୍ତାକୁ ଓହ୍ଲାଇ କଂଗ୍ରେସ କର୍ମୀ ହୋହାଲ୍ଲା କରୁଛନ୍ତି ।

ତେବେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ଯେଉଁଭଳି ପ୍ରଭାବିତ ନହୁଏ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୁରକ୍ଷା ବ୍ୟବସ୍ଥା କଡାକଡି– ଟ୍ବିନସିଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯାନବାହାନ ଚଳାଚଳ ବନ୍ଦ ରହିଛି । ହସ୍ପିଟାଲ, ଔଷଧ ଦୋକାନ ଖୋଲା ରହିବା ସହିତ ଆମ୍ବୁଲେନ୍ସ ସେବା ଜାରି ରହିବା ନେଇ କୁହାଯାଇଛି ।

ପେଟ୍ରୋଲ ପମ୍ପ ବନ୍ଦ- ତେବେ ସୁରକ୍ଷା ଦୃଷ୍ଟିରୁ ଆଜି ପେଟ୍ରୋଲ ପମ୍ପକୁ ମଧ୍ୟ ବନ୍ଦ ରଖାଯାଇଛି । ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ।

ବନ୍ଦ ଡାକରା ଯୋଗୁଁ ବସ, ଅଟୋ ଏବଂ ଟ୍ରକ ଚଳାଚଳ ମଧ୍ୟ ପ୍ରଭବିତ ହେଉଛି । କଂଗ୍ରେସ କର୍ମୀ ରାସ୍ତାରେ ପ୍ରତିବାଦ କରୁଥିବା ବେଳେ ଗାଡ଼ି ଚାଳକଙ୍କୁ ଅଟକାଉଥିବା ମଧ୍ୟ ଦେଖାଯାଉଛି । ସକାଳୁ କଂଗ୍ରେସ, ବାମପନ୍ଥୀ ସମେତ 8 ଦଳ ପିକେଟିଂ କରୁଥିବା ଦେଖାଯାଇଛି ।