fbpx

ଥରୁଛି ସାରା ଓଡ଼ିଶା: ଘନକୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା

ଭୁବନେଶ୍ୱର:  ଘନ କୁହୁଡ଼ି ନେଇ ରାଜ୍ୟର ୧୧ ଜିଲ୍ଲାକୁ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ନେଇ ସତର୍କତା ଜାରି କରଯାଇଛି । ୧୧ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ।

ସୂଚନଯୋଗ୍ୟ, ସାରା ଓଡ଼ିଶାରେ ଜାରି ରହିଛି ଶୀତ ଲହରି । ଫୁଲବାଣର, ଦାରିଙ୍ଗବାଡ଼ି ଭଳି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଶୀତ ସମୟରେ ବାଇକ ଏବଂ ଖୋଲା କାରରେ ରାତିରେ ନ ବୁଲିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଶିଶୁ ଏବଂ ବୟସ୍କ ଙ୍କୁ ବିନା ଶୀତ ବସ୍ତ୍ର ରେ ବାହାରେ ବୁଲିବାକୁ ବାରଣ କରାଯାଇଛି । ରାତି ଓ ପାହାନ୍ତିଆ ସମୟରେ ଘରେ ରହିବା ସହ ଗୃହପାଳିତ ପଶୁଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.