fbpx
BSKY
BJD SHG SKY
BJD MC SKY

ଏହି ଜିଲ୍ଲାକୁ ପ୍ରବଳ ବର୍ଷା, ଘନ କୁହୁଡ଼ି ସମ୍ଭାବନା: ଏସଆରସି ପକ୍ଷରୁ ସତର୍କ ସୂଚନା

ଭୁବନେଶ୍ୱର: ପ୍ରବଳ ବର୍ଷା ଓ ଘନ କୁହୁଡ଼ି ନେଇ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା । ଆସନ୍ତାକାଲି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼କୁ, ଅନୁଗୁଳ, କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା । ଅନୁଗୁଳ କେନ୍ଦୁଝରକୁ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ।

ଘନ କୁହୁଡ଼ି ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା । ୧୩ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ । ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Get real time updates directly on you device, subscribe now.