fbpx

ବଢିଲା ଦରମା: ଦୁଇ IASଙ୍କୁ ସୁପର ଟାଇମ ସ୍କେଲରେ ମିଳିବ ବେତନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ଆଇଏଏସଙ୍କ ଦରମା ବୃଦ୍ଧି କରାଯାଇଛି । ୨୦୦୬ ବ୍ୟାଚର ଦୁଇ ଆଇଏଏସ ଅଫିସରଙ୍କୁ ସୁପର ଟାଇମ ସ୍କେଲରେ ଲେଭଲ-୧୪ରେ ଦରମା ଦିଆଯିବ । ଏନେଇ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି ।

ଦୁଇ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ମିଶ୍ର ଓ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ଦରମା ବଢିଛି । ଆଇଏଏସ ବେତନ ଆଇନ ୨୦୧୬ର ଧାରା ୨ ଓ ୩ ଅନୁଯାୟୀ ରୂପା ରୋଶନ ସାହୁଙ୍କ ଦରମା ବଢା ଯାଇଥିବା ବେଳେ ଧାରା ୬ଓ ୮ ଅନୁଯାୟୀ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ଦରମା ବଢିଛି ।

Get real time updates directly on you device, subscribe now.