ଓଡିଶା ଭାସ୍କର: ଜୀବନରେ ସମସ୍ତ ଲୋକ ଉତ୍ତମ ସ୍ୱାସ୍ଥ୍ୟ, ସୁଖ-ସମୃଦ୍ଧି ଏବଂ ଜୀବନର ସମସ୍ତ ସୁଖ ପାଇବା ପାଇଁ ଚାହିଁଥାନ୍ତି । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇନଥାଏ । ଅନେକ ସମୟରେ ଆମ ଜାଣତରେ ହେଉ କିମ୍ବା ଅଜାଣତରେ ଆମେ ଏମିତି କରି ଭୁଲ କରି ବସୁ ଯେଉଁଥିିରେ ଧନର ଦେବୀ ମା ଲକ୍ଷ୍ମୀ ଆମ ଉପରେ ରୋଷ କରିଥାନ୍ତି । ଯାହା ଫଳରେ ଅନେକ ଥର ସଫଳତା ହାତରୁ ଖସିଯାଏ । ଜୀବନର ଏପରି ଦ୍ୱିବିଧା ବା ଅସୁବିଧା ପରିସ୍ଥିତିରୁ ମୁକ୍ତି ପାଇବାର ଉପାୟ ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି ।
ଗରୁଡ ପୁରାଣରେ ଜୀବନ ଏବଂ ମୃତ୍ୟୁର ରହସ୍ୟ କୁହାଯାଇଛି । ଏଥି ସହିତ ମଣିଷ କିପରି ଧନବାନ ହେବ ସେ ବିଷୟରେ ମଧ୍ୟ କୁହାଯାଇଛି । ଯେଉଁ ବ୍ୟକ୍ତି ଗରୁଡ ପୁରାଣରେ ଉଲ୍ଲେଖ ହୋଇଥିବା କଥାକୁ ପାଳନ କରେ, ସେହି ବ୍ୟକ୍ତିଙ୍କ ଉପରେଧନବର୍ଷା ହେବାରେ ବିଳମ୍ବ ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ଗରୁଡ ପୁରାଣର କିଛି ଏମିତି କଥା ଯାହାକୁ ପାଳନ କରିବା ଦ୍ୱାରା ଜୀବନରେ ସଫଳତା ଭରିଯାଏ ।
ଅସହାୟ ଲୋକଙ୍କୁ ଦାନ କରନ୍ତୁ:
ସନାତନ ଧର୍ମରେ ଦାନ କର୍ମକୁ ଖୁବ ମହତ୍ତ୍ୱ ଦିଆଯାଇଛି । କୌଣସି ଶୁଭ କାମ ହେଲେ ଦାନ ଧର୍ମ ନ ହେବା ପର୍ଯ୍ୟନ୍ତ ଏହାର ପୁଣ୍ୟପ୍ରାପ୍ତି ହୁଏ ନାହିଁ ବୋଲି ମାନ୍ୟତା ରହିଛି । ତେଣୁ ଯଦି ଆପଣ ଭଗବାନ ବିଷ୍ଣୁ କିମ୍ବା ମା ଲକ୍ଷ୍ମୀଙ୍କ ଆଶିର୍ବାଦ ପାଇବାକୁ ଚାହାନ୍ତି, ତେବେ ଅସହାୟମାନଙ୍କୁ ଅନ୍ନ-ଜଳ ପ୍ରଦାନ କରନ୍ତୁ ।
ସମ୍ପତ୍ତିକୁ ନେଇ ଆସୁଥିବା ଅହଙ୍କାରରୁ ଦୂରେଇ ରୁହନ୍ତୁ:
ଧନ-ସମ୍ପତ୍ତି ଏପରି ଜିନିଷ, ଏହା କାହା ପାଖରେ ବି ସ୍ଥାୟୀ ଭାବରେ ରହି ନଥାଏ । କିନ୍ତୁ ଯେଉଁ ବ୍ୟକ୍ତିଙ୍କ ପାଖରେ ଥାଏ, ପ୍ରାୟତଃ ତାଙ୍କ ମନରେ ଖୁବ ଶୀଘ୍ର କିଛି ମାତ୍ରାରେ ଏହି ଧନ ସମ୍ପତ୍ତିକୁ ନେଇ ମନକୁ ଅହଙ୍କାର ଆସିଥାଏ । କିନ୍ତୁଧନ ସମ୍ପତ୍ତିର ଏହି ମିଛ ଅହଙ୍କାରରୁ ନିଜକୁ ଦୂରେଇ ରକିବା ପାଇଁ ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଛି । ସମ୍ପତ୍ତି ଉପରେ ଅଭିମାନ କରୁଥିବା ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ କେବେ ହେଁ ନିଜ କୃପା କରନ୍ତି ନାହିଁ ଏବଂ ଦୂରେଇ ଯାଆନ୍ତି ।
ଭୋଜନ ପ୍ରଥମେ ଭଗବାନଙ୍କୁ ଅର୍ପଣ କରନ୍ତୁ:
ଗରୁଡ ପୁରାଣ ଅନୁଯାୟୀ, ଭୋଜନ ପ୍ରସ୍ତୁତ ହେବାର ପ୍ରଥମ ଭୋଗ ଭଗବାନଙ୍କୁ ଅର୍ପଣ କରନ୍ତୁ । ଏମିତି କରିବା ଦ୍ୱାରା ଦେବାଦେବୀ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ଭଗବାନଙ୍କ ଭୋଗ ଲଗାଇବା ବିନା ଭୋଜନ କରିବା ପାଇଁ ବସନ୍ତି, ତେବେ ପାପର ଭାଗିଦାରୀ ହେବା ସହିତ ଘରେ ଦରିଦ୍ରତା ଏବଂ ଅଭାବ ଅନାଟନର ପରିସ୍ତିତି ସୃଷ୍ଟି ହୋଇଥାଏ ।
ଧର୍ମଗ୍ରନ୍ଥର ନିତ୍ୟ ପାଠ କରନ୍ତୁ:
ଭାରତର ଧର୍ମ ଗ୍ରନ୍ଥରେ ଜ୍ଞାନର ଅମୃତ ଲୁଚି ରହିଛି । ଏଥିରେ ଏମିତି ଅନେକ କଥା ରହିଛି, ଯଦି ମଣିଷ ଏହାକୁ ଅନୁକରଣ କରେ ତେବେଜୀବନରେ ସଫଳତା ହାସଲ କରିଥାଏ । ଏହାସହିତ ଅନେକ ମାନସିକ ଶାନ୍ତି ପାଇଥାଏ । ତେବେ ସଠିକ ମାର୍ଗ ପାଇବା ପାଇଁ ରାମାୟଣ, ମହାଭାରତ, ଗରୁଡ ପୁରାଣ ଇତ୍ୟାଦି ଅଧ୍ୟୟନ କରିବା ଉଚିତ । ଏହି ପୁସ୍ତକ ଆଦି ଦ୍ୱାରା ଭଗବାନଙ୍କ ସ୍ମରଣ ମଧ୍ୟ ହୋଇଥାଏ ।