fbpx
BJD SKY
BJD SKY

ରାଇମୋହନଙ୍କ ଆତ୍ମହତ୍ୟା ରହସ୍ୟ: ମେଣ୍ଟାଲ ଡିପ୍ରେସନରେ ଥିଲେ ରାଇମୋହନ, ସୂଚନା ଦେଲେ ଡିସିପି

BJD

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି କମିଶନରେଟ୍‌ ପୋଲିସ୍‌ । ଏହା ମଧ୍ୟରେ ମୃତ୍ୟୁ ପୂର୍ବରୁ ରାଇମୋହନ ମେଣ୍ଟାଲ ଡିପ୍ରେସନରେ ଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିି ପ୍ରତୀକ ସିଂହ । ସେ କହିଛନ୍ତି ଯେ ବର୍ତ୍ତମାନ ମଞ୍ଚେଶ୍ୱର ଆଇଆଇସିଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ପରିବାର, ପଡ଼ୋଶୀ, ଡ୍ରାଇଭର, ପରିଚିତ ଲୋକଙ୍କୁ ପଚରାଉଚରା କରାଯାଉଛି । ରାଇମୋହନଙ୍କ ଫୋନ୍‌ ଜବତ କରିଯାଇଛି, ସେଥିରୁ କିଛି ସୁରାକ ମିଳିାରେ ବୋଲି ଆଶା କରାଯାଉଛି । ତଦନ୍ତରୁ ରାଇମୋହନ ମାନସିକ ଅବସାଦରେ ଥିବା ପରି ଜଣାପଡ଼ୁଛି । ଏହା ପଛର କାରଣ ପରିବାର ଲୋକ ନିର୍ଦ୍ଦିଷ୍ଟ ଭାବେ କହିାରୁନାହାନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହୋଇପାରିବ । ସେହିରି ପୂର୍ବରୁ ଥରେ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଆସିଥିଲେ । ତେବେ ସେ ଏକ ବ୍ୟକ୍ତିଗତ କାମ ପାଇଁ ଆସିଥିଲେ ବୋଲି କହିଛନ୍ତି ଡିସିି । ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ପ୍ରାଚୀବିହାର ସ୍ଥିତ ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ଭାବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପରିବାର ଲୋକଙ୍କୁ ପଚରାଉଚରା ଜାରି ରହିଛି ।

Get real time updates directly on you device, subscribe now.