fbpx

ବାହା ହେବାକୁ ଯାଉଛନ୍ତି କି ? ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ

ବାହାଘର ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି । ଯାହାଦ୍ୱାରା ଦୁଇଜଣ ଗୋଟିଏ ସମ୍ପର୍କରେ ବନ୍ଧା ହୋଇଥାନ୍ତି । ଆଉ ଏହି ସମ୍ପର୍କଟି ହେଉଛି ସ୍ୱାମୀ ସ୍ତ୍ରୀର ସମ୍ପର୍କ । ବାହା ହେବା ପୂର୍ବରୁ ଆମକୁ ମାନସୀକ ସ୍ତରରେ ବହୁତ ଶକ୍ତ ହେବାକୁ ପଡ଼ିଥାଏ । କିଛି ବ୍ୟକ୍ତି ଆରେଞ୍ଜ ମ୍ୟାରେଜ୍ କରିଥାନ୍ତି ଏବଂ କିଛି ଟା କ୍ଷେତ୍ରରେ ଦୁହେଁ ଦୁହିଁଙ୍କୁ ଠିକ ଭାବର ଜାଣି ମଧ୍ୟ ନଥାନ୍ତି । ଏଭଳି କ୍ଷେତ୍ରରେ ପରସ୍ପରକୁ ଭବିଷ୍ୟତରେ ବହୁତ ଅସୁବିଧାର ସମ୍ମୁଖିନ ହେବେକୁ ପଡ଼ିଥାଏ । ତେବେ ବାହାହେବା ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ କିଛି ଆବଶ୍ୟକୀୟ ଗୁଣ ଗୁଡିକ ପୂରଣ ହେବା ଆବଶ୍ୟକତା ରହିଛି । ଯଦି ଆପଣ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ତେବେ ଏହି ୫ ଟି ଉପାଦାନ ଉପରେ ଥରେ ନଜର ପକାନ୍ତୁ ।

୧. ପରସ୍ପର ପ୍ରତି ବିଶ୍ୱାସ ରଖିବା

 

ଭରସା, ଏଭଳି ଏକ ଜିନିଷ ଯାହା ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନସାଥି ଉପରେ କରିବା ଆବଶ୍ୟକ । ବିନା ଭରସାରେ କୌଣସି ସମ୍ପର୍କ ତିଷ୍ଠି ପାରିନାହିଁ । ସେଥିପାଇଁ ସମ୍ପର୍କରେ ଭରସାର ଆବଶ୍ୟକତା ରହିଛି । ତେବେ ବିବାହ ବନ୍ଧନରେ ବାନ୍ଧିହେବା ପୂର୍ବରୁ ଦୁଇ ଜଣ ଦୁଇଜଣଙ୍କୁ ବିଶ୍ୱାସ କରୁଥିବା ଆବଶ୍ୟକ । ଯାହା ଫଳରେ ଆଗକୁ ସମ୍ପର୍କରେ କୌଣସି ଅସୁବିଧା ହେବନାହିଁ ।

୨. ଆବେଗପ୍ରବଣ ସମ୍ବଦ୍ଧ

 

ଦୁଃଖରେ ଦୁଃଖି ଏବଂ ସୁଖରେ ସୁଖି କେବଳ ଭଲ ସାଙ୍ଗଟିଏ ହିଁ ହେଇପାରିବ । ଯାହା ବାହାଘର ସମ୍ପର୍କରେ ବହୁତ ଆବଶ୍ୟକ । ଇମୋସନାଲ ଆଟାଚମେଣ୍ଟ ଦୁହିଁଙ୍କ ମଧ୍ୟରେ ରହିବା ବହୁତ ଜରୁରୀ । ଯଦି ଆପଣଙ୍କର ସହଭାଗିନୀ ଆପଣଙ୍କର ଦୁଃଖରେ ଖୁସି ଅନୁଭବ କରୁଛି ତେବେ ସେହି ସମ୍ପର୍କ ଅଧିକ ସମୟ ପାଇଁ ତିଷ୍ଠି ପାରିବ ନାହିଁ । ତେବେ ବାହାଘର ପୂର୍ବରୁ ଏହା ଜାଣିବା ବହୁତ ଜରୁରୀ କି ଦୁଇଜଣଙ୍କ ମଧ୍ୟରେ ଇମୋସନାଲ ଆଟାଚମେଣ୍ଟ ରହିଛି କି ନାହିଁ ।

୩. ଆର୍ଥିକ ସ୍ଥିତିରେ ସୁଦ୍ରୁଢ଼

 

ଭଲପାଇବାରେ ଟଙ୍କାର ଆବଶ୍ୟକତା ରହିନଥାଏ ବୋଲି ବହୁ ଯୁବପିଢ଼ିଙ୍କ ମନରେ ଏପରି ଭାବନା ରହିଛି । ଯାହା ଫଳରେ ବହୁ ଯୁବପିଢ଼ି ଏହାର ଶୀକାର ମଧ୍ୟ ହେଉଛନ୍ତି । କିନ୍ତୁ ସମସ୍ତେ ଏହା ଜାଣିବା ଦରକାର କି ପ୍ରେମ କରୁଥିବା ସମୟ ଏବଂ ବାହାଘର ପରର ସମୟ ସମ୍ପୁର୍ଣ୍ଣ ଅଲଗା । କାରଣ ବାହାଘର ପରେ ଦୁହେଁ ମିଶି ଏକାଠି ରହିଥାନ୍ତି । ଯାହାଫଳରେ ନିଜର ଆବଶ୍ୟକତା ଏବଂ ସଙ୍ଗିନୀର ଆବଶ୍ୟକତା ପୂରଣ କରିବାକୁ ପଡିଥାଏ । ଆଉ ସେଥିପାଇଁ ଟଙ୍କାର ଆବଶ୍ୟକତା ବହୁ ପରିମାଣରେ ରହିଛି । ତେବେ ବାହା ହେବା ପୂର୍ବରୁ ଆର୍ଥିକ ସ୍ଥିତି ସୁଦୃଢ଼ ଥିବା ଦରକାର ।

୪. କଳିକୁ ସମାଧାନ କରିବାର ସାମର୍ଥ୍ୟ

 

ଜଣଙ୍କୁ ଛାଡିଦେଲେ ଯେଉଁଠି ଦୁଇଜଣଙ୍କର କଥା ଉଠେ ସେଠି ଝଗଡାର ବହୁତ ସମ୍ଭାବନା ରହିଛି । ତେବେ ବାହାଘର ପରେ ଝଗଡ଼ା ହେବାର ବହୁତ ସମ୍ଭାବନା ରହିଛି । କାରଣ ଯେଉଁଠି ଭଲପାଇବା ରହିଛି ସେଠି ଝଗଡ଼ା ମଧ୍ୟ ରହିଛି । ଯଦି ସବୁରି ଭିତରେ ଝଗଡାକୁ ସମାଧାନ କରିବାର ସାମର୍ଥ୍ୟ ଆପଣ ମାନଙ୍କ ପାଖରେ ନାହିଁ ତେବେ ବାହାଘର ସୁଖମୟ ହେବ ନାହିଁ । ବାହା ହେବା ପୂର୍ବରୁ ଝଗଡା ସାମାଧାନର କୌଶଳ ଜାଣିବା ଆବଶ୍ୟକତା ରହିଛି ।

୫. ପରିବାରର ଯତ୍ନ ନେବା

 

ବାହାଘର ଖାଲି ଗୋଟିଏ ପରିବାରର ବନ୍ଧନ ନୁହେଁ । ଏହା ହେଉଛି ଦୁଇଟି ପରିବାରର ବନ୍ଧନ । ତେବେ ସ୍ୱାମୀ ସ୍ତ୍ରୀ ବିବାହ ପରେ ଦୁହେଁ ଦୁଇଙ୍କ ପରିବାର ପ୍ରତି ଯତ୍ନବାନ ହେବା ଦରକାର । କାରଣ ଏହାଦ୍ବାରା ଉଭୟ ଉଭୟଙ୍କ ଉପରେ ଭଲପାଇବା ବଢ଼ିଥାଏ । ତେବେ ସ୍ତ୍ରୀଟିଏ ସ୍ୱାମୀର ପରିବାର ପ୍ରତି ଯଦି ଯତ୍ନବାନ ନହୁଏ ତେବେ ସ୍ୱାମୀର ମନକୁ କଷ୍ଟ ହୁଏ । ଯାହାଫଳରେ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ସୃଷ୍ଟି ହାଇଥାଏ ।

Get real time updates directly on you device, subscribe now.