fbpx

ଓଡ଼ିଶା ଫେରନ୍ତା କ୍ୱାରେଣ୍ଟିନରେ ଖାଇବେ କଣ, ଦେଖନ୍ତୁ ମେନୁ

ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): କରୋନା ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି । ଏନେଇ ରାଜ୍ୟ ବାହାରେ ବହୁ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ତାଙ୍କ ପାଇଁ ବସ୍ ଓ ଟ୍ରେନର ବ୍ୟବସ୍ଥା ମଧ୍ୟ ହୋଇଛି । କିନ୍ତୁ ଓଡ଼ିଶା ଆସିବା ପରେ ଫେରିଥିବା ପ୍ରବାସୀ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି । କ୍ୱାରେଣ୍ଟିନରେ ରହିବା ପାଇଁ ସେମାନଙ୍କ ପାଇଁ ଖାଇବା ପିଇବା ସହ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେମାନଙ୍କ ହାଉସ କିପିଂ ଓ ସୁରକ୍ଷା ଦାୟିତ୍ୱରେ ଯେଉଁମାନେ ରହିବେ ସେମାନଙ୍କ ରେଜିଷ୍ଟର ମେଣ୍ଟେନ ହେବା ସହିତ ସୋମବାରଠାରୁ ରବିବାର ଯାଏଁ, ସକାଳ ଜଳଖିଆ ଠାରୁ ରାତ୍ରି ଭୋଜନ ଯାଏଁ କଣ ଖାଇବେ ସେନେଇ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।ଏନେଇ ସମସ୍ତ ଜିଲ୍ଳାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ।ଏବେ ଆସନ୍ତୁ ନଜର ପାକଇବା ସଙ୍ଗରୋଧ କେନ୍ଦ୍ର ପାଇଁ ଖାଦ୍ୟର ମେନୁ ଉପରେ

Get real time updates directly on you device, subscribe now.