fbpx

ବଢ଼ିପାରେ ସଙ୍ଗରୋଧ ଅବଧି !

ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ହୋଇଥିଲା । ସେହି ବୈଠକରେ ୧୩ଜଣ ମନ୍ତ୍ରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । କ୍ୱାରେଣ୍ଟିନ ଅବଧି ୧୪ଦିନରୁ ୨୧ ଦିନକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଦରକାର ହେଲେ ସମୟ ସୀମା ବଢ଼ାଇବାକୁ କହିଛନ୍ତି ଡଃ ଶ୍ରୀନାଥ ରେଡ୍ଡି । କରୋନା ମୁକାବିଲା କରିବା ପାଇଁ ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନତା ରକ୍ଷା ପାଇଁ ପରାମର୍ଶ ଦିଆଯାଇଛି । ଯେହେତୁ କରୋନା ଭାଇରସ ଜନିତ ରୋଗର ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ଟୀକା ବା ଔଷଧ ଉଦ୍ଭାବନ ହୋଇନାହିଁ, ତେଣୁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହିପରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଡଃ ରେଡ୍ଡୀ ।

Get real time updates directly on you device, subscribe now.