fbpx

ବିଶ୍ୱରେ ଘୋର ଖାଦ୍ୟ ସଂକଟ: ଗ୍ରାସିଛି ଭୋକର କରାଳ ରାକ୍ଷସ, ଉତ୍କଟ ଜନକ ସ୍ଥିତିରେ କୁପୋଷଣ ଶିଶୁଙ୍କ ସଂଖ୍ୟା

ୱାଶିଂଟନ୍‌ : ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ବିଶ୍ୱର ବୃହତ ଭୂଖଣ୍ଡ ଖାଦ୍ୟ ଅଭାବରେ ଗତି କରୁଛି । କ୍ରମାଗତ ଭାବେ ଖାଦ୍ୟ ପାଇବାରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ବର୍ତ୍ତମାନ ଖାଦ୍ୟସଂକଟରେ ଗତି କରୁଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି ହୋଇଛି । ଦୁଇବର୍ଷ ପୂର୍ବରୁ ଏହି ସଂଖ୍ୟା ୧୩.୫ କୋଟି ଥବାବେଳେ ବର୍ତ୍ତମାନ ଏହା ୨୭.୬ କୋଟିରେ ପହଞ୍ଚିଛି ।

ଗତ ଏକଦଶନ୍ଧି ହେବ ଖାଦ୍ୟାଭାବ ମୁଖ୍ୟତଃ ୩ଟି କାରଣ ଯୋଗୁଁ ଅଧିକ ଉକ୍ରଟ ହୋଇଥିବା ଜଣାଯାଇଛି । ଜଳବାୟୁ ପରିବର୍ତ୍ତନ ଓ ଏନେଇ ସୃଷ୍ଟି ହେଉଥିବା ମରୁଡ଼ି ପରିସ୍ଥିତି ଯୋଗୁଁ ୧କୋଟି ୭୦ଲକ୍ଷ ଲୋକ ଖାଦ୍ୟ ସଂକଟର ସମ୍ମୁଖୀନ ହେଉଛନ୍ତି । ଆଉ ନିଆଁରେ ଘିଅ ଢ଼ାଳିବା ପରି କୋଭିଡ୍‌ ପରିସ୍ଥିତି ଏହି ଖାଦ୍ୟ ସଂକଟ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି । କରୋନା ଭାଇରସ୍‌ ଯୋଗୁଁ କାମଧନ୍ଦା ବନ୍ଦ ହୋଇଯିବା ଯୋଗୁଁ ବୈଶ୍ୱିକ ଅର୍ଥିବ୍ୟବସ୍ଥା ରସାତଳଗାମୀ ହୋଇଯାଇଛି । ଫଳରେ ଲୋକଙ୍କ ପାଖରେ ଖାଦ୍ୟସାମଗ୍ରୀ ପହଞ୍ଚିବା ବୃହତ୍‌ ସମସ୍ୟା ହୋଇଛି । ସେହିରି ରୁଷ ଓ ୟୁକ୍ରେନ୍‌ ସାରା ବିଶ୍ୱର ଏକ ତୃତୀୟାଂଶ ଗହମ, ଯଅ, ସୂର୍ଯ୍ୟମୁଖୀ ତେଲ ଅମଳ କରିଥାନ୍ତି । ପୋଟାଶ ଅମଳ କ୍ଷେତ୍ରରେ ରୁଷ ଓ ବେଲାରୁଶ୍‌ ବି ବିଶ୍ୱର ଦ୍ୱିତୀୟ ସ୍ଥାନରେ । କିନ୍ତୁ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଖାଦ୍ୟ ସମସ୍ୟାକୁ ଅଧିକ ରୁଗ୍‌ଣ କରିକାଇଛି ।

ଗୁଟରେସ୍‌ କହିଛନ୍ତି କି ଏବେ ସମୟ ଆସିଛି ସାରା ବିଶ୍ୱ ଏକଜୁଟ୍‌ ହୋଇ ଭୋକର କରାଳ ରାକ୍ଷସକୁ ପରାସ୍ତ କରିବା ଓ ଲୋକଙ୍କୁ ଏକ ସୁନ୍ଦର ଜୀବନ ଜୀଇଁବା ପାଇଁ ଦେବା । ଆମ ସମସ୍ତଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡ଼ିବ । ଏଥିାଇଁ ସେ ଏମରଜେନ୍ସି ଫଣ୍ଡ ଘୋଷଣା କରିଛନ୍ତି । ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିାଇବା ପାଇଁ ୨୧.୫ କୋଟି ଡଲାରର ଅର୍ଥରାଶି ସହାୟତା କରିଛନ୍ତି । ଅନ୍ୟପକ୍ଷରେ ୟୁନାଇଟେଡ୍‌ ନେସନ୍‌ ଚିଲ୍‌ଡ୍ରେନ ଫଣ୍ଡ (ୟୁନିସେଫ୍‌) ତା’ର ରିପୋର୍ଟରେ କୁପୋଷଣ ଶିଶୁଙ୍କୁ ନେଇ ଆଲର୍ଟ ଜାରି କରିଛି । ୟୁନିସେଫ୍‌ କହିଛି କି ରୁଷ ୟୁକ୍ରେନ ୍‌ ଯୁଦ୍ଧ, କରୋନା ଭାଇରସ୍‌ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱରେ କୁପୋଷଣ ଶିଶୁଙ୍କ ସଂଖ୍ୟା କ୍ଷୀପ୍ର ବୃଦ୍ଧି ପାଉଛି । ଏଥିସହ ଖାଦ୍ୟ ସଂକଟ ଯୋଗୁଁ ୬ଲକ୍ଷ ଶିଶୁଙ୍କ ଜୀବନ ବି ନ୍ନକୁ ଚାଲିଯାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.