fbpx

କାହା ଭାଗ୍ୟରେ ଚଳିତ ବର୍ଷର ଆଇପିଏଲ ଟାଇଟଲ, ଜାଣନ୍ତୁ କ’ଣ କହୁଛନ୍ତି କ୍ରିକେଟ ପଣ୍ଡିତ…

ମୁମ୍ବାଇ: ଚଳିତ ବର୍ଷ କୌଣସି ଏକ ନୂଆ ଦଳ ଆଇପିଏଲ ଟାଇଟଲ ହାସଲ କରିବ ବୋଲି କ୍ରିକେଟ ପଣ୍ଡିତ ମାନେ ପୂର୍ବାନୁମାନ କରୁଛନ୍ତି । କାରଣ ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗସ ବହୁ ପୂର୍ବରୁ ପ୍ଳେ ଅଫ ଦୌଡରୁ ବିଦାୟ ନେଇ ସାରିଛନ୍ତି । ଉଭୟ ଦଳ ଆଉ ଗୋଟିଏ ଲେଖାଏଁ ଲିଗ ମ୍ୟାଚ ଖେଳିବା ପାଇଁ ବାକି ଥିଲେ ହେଁ କ୍ରମାଗତ ପରାଜୟ ସହିତ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହି ଆଇପିଏଲ ଯାତ୍ରା ଶେଷ କରି ସାରିଛନ୍ତି । ତେଣୁ ଚଳିତ ବର୍ଷ ଅନ୍ୟ କୌଣସି ଏକ ଦଳ ଚାମ୍ପିଅନ ହେବା ନିଶ୍ଚିତ ।

୨୦୦୮ରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଓ ଚେନ୍ନାଇ ସୁପର କିଙ୍ଗସ ୪ ଏବଂ କୋଲକାତା ନାଇଟ ରାଇଡର୍ସ ୨ଥର ଚାମ୍ପିଅନ ହୋଇଥିବା ବେଳେ ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ଡେକାନ ଚାଜର୍ସ (ବର୍ତ୍ତମାନ ଖେଳୁନାହିଁ) ପ୍ରତ୍ୟେକ ଗୋଟିଏ ଥର ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।ଗତ ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ ଟାଇଟଲ ହାସଲ କରିବା ପରେ ଗତ ପାଞ୍ଚ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଟାଇଟଲ ହାସଲ କରି ଆସୁଥିଲେ । ମାତ୍ର ଚଳିତ ବର୍ଷ ଅନୁଷ୍ଠିତ ଆଇପିଏଲର ୧୫ତମ ସଂସ୍କରଣରେ କୌଣସି ଏକ ନୂଆ ଦଳ ଟାଇଟଲ ହାସଲ କରିାରେ ବୋଲି ଅନୁମାନ କରା ଯାଏ ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଚଳିତ ବର୍ଷ ଆଇପିଏଲରେ ସାମିଲ ହୋଇ ଥିବା ଦୁଇ ନୂଆ ଦଳ ଲକ୍ଷ୍ନୗେ ସୁପର ଜିଆଣ୍ଟସ୍‌ ଓ ଗୁଜରାଟ ଟାଇଟନ୍ସ ଅନ୍ୟ ସବୁ ଦଳ ଠାରୁ ଭଲ ପ୍ରଦର୍ଶନ କରି ପ୍ଳେ ଅଫ୍‌ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରି ସାରିଛି । ଅନ୍ୟ କେଉଁ ଦୁଇ ଦଳ ଏହି ପର୍ଯ୍ୟୟେ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ ତାହା ଆସନ୍ତା କାଲି ସ୍ପଷ୍ଟ ହେବ । ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଗତକାଲି ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୗେ  ସୁପର ଜିଆଣ୍ଟସ ଠାରୁ ୨ ରନରେ ହାରି ଯିବା ପରେ ପ୍ଳେ ଅଫ ମ୍ୟାଚ ଖେଳିବା ଆଶା ମଧ୍ୟ ଚୂରମାର ହୋଇ ଯାଇଛି । ସେହିପରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ମଧ୍ୟ ପଏଣ୍ଟ ତାଲିକାର ପଞ୍ଚମ ଓ ସସ୍ତମ ସ୍ଥାନରେ ଅଛନ୍ତି । ତେବେ ଆଇପିଏଲ ପ୍ରଥମ ସଂସ୍କରଣ ୨୦୦୮ ଚାମ୍ପିଅନ ରାଜସ୍ଥାନ ରୟାଲସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ ପ୍ଳେ ଅଫ୍‌ ଦୌଡରେ ସାମିଲ ହୋଇଛନ୍ତି । ମାତ୍ର ଲିଗ ପର୍ଯ୍ୟାୟ ମ୍ୟାଚ ଶେଷ ହେବା ପରେ ପ୍ଳେ ଅଫ ଖେଳିବା ପାଇଁ ଅନ୍ୟ କେଉଁ ଦୁଇ ଦଳ ଯୋଗ୍ୟତା ହାସଲ କରିବେ ତାହା ସ୍ପଷ୍ଟ ହେବ ।

Get real time updates directly on you device, subscribe now.