ମଧୁମେହ ରୋଗିଙ୍କ ପାଇଁ ବିପଦଜ୍ଜନକ ଏହି ୫ ଫଳ; ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ ଶରୀର ପ୍ରତି ଅନେକ ସମସ୍ୟା ସୃଷ୍ଟି କରେ । ଫଳରେ ଅନେକ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି । ତେବେ ଏହି ଖରାପ ଲାଇଫଷ୍ଟାଇଲ କାରଣରୁ ଲୋକମାନେ ଡାଇବେଟିସ୍ ପରି ରୋଗର ମଧ୍ୟ ଶିକାର ହୋଇଥାନ୍ତି । ଯାହାଫଳରେ ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡିଥାଏ । ଏଥିିସହିତ ଏହି ରୋଗୀମାନଙ୍କୁ ସ୍ୱାସ୍ଥ୍ୟକର ଏବଂ ସୁଷମ ଖାଦ୍ୟ ଖାଇବାକୁ କୁହାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏପରି କିଛି ଖାଦ୍ୟ ବା ଫଳ ଅଛି ଯାହା ମଧୁମେହ ରୋଗୀମାନଙ୍କୁ ସେବନ କରିବାକୁ ବାରଣ କରାଯାଇଥାଏ । କାରଣ ସେହି ଫଳକୁ ସେବନ କରିବା ଦ୍ୱାରା ଏହା ସେମାନଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଫଳ ବିଷୟରେ…

ତରବୁଜ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ମଧୁମେହ ରୋଗୀଙ୍କ ପାଇଁ ତରବୁଜ ସେବନ କରିବା ବିପଦଜ୍ଜନକ ହୋଇଥାଏ । କାରଣ ଏହା ସେମାନଙ୍କ ଶରୀରରେ ବ୍ଲଡ ସୁଗାର ବା ରକ୍ତ ଶର୍କରାର ସ୍ତରକୁ ବୃଦ୍ଧି କରିଥାଏ । ତେଣୁ ଏହାକୁ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ସପୁରୀ: ସପୁରୀରେ ଚିନିର ମାତ୍ରା ଅଧିକ ପରିମାଣରେ ଥାଏ । ଯାହାକି ରକ୍ତରେ ଗ୍ଲୁକୋଜର ମାତ୍ରାକୁ ବଢାଇ ଦେଇଥାଏ । ତେବେ ଗୋଟିଏ କପ୍ ସପୁରୀ ରସରେ ପାଖାପାଖି ୧୬ ଗ୍ରାମ ଚିନି ରହିଥାଏ । ତେଣୁ ମଧୁମେହ ରୋଗୀମାନେ ସପୁରୀ ଖାଇବା ଉଚିତ୍ ନୁହେଁ ।

ଆମ୍ବ: ଆମ୍ବ ସେବନ କରିବା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । କାରଣ ଏଥିରେ ଥିବା ଚିନିର ପରିମାଣ ଶରୀରରେ ଥିବା ବ୍ଲଡ ସୁଗାର ସ୍ତରକୁ ବୃଦ୍ଧି କରିଥାଏ । ତେଣୁ ମଧୁମେହ ରୋମୀମାନେ ଅଧିକ ପରିମାଣରେ ଆମ୍ବ ସେବନ କରିବା ଉଚିତ୍ ନୁହେଁ ।

କଦଳୀ: ମଧୁମେହ ରୋଗୀଙ୍କ ପାଇଁ କଦଳୀ ମଧ୍ୟ ବିପଦଜ୍ଜନକ ହୋଇଥାଏ । କାରଣ ଏଥିରେ ସୁଗାର ଏବଂ କାର୍ବସ ଉଭୟ ଅଧିକ ମାତ୍ରାରେ ରହିଥାଏ । ଯେଉଁକାରଣରୁ ଶରୀରରେ ବ୍ଲଡ ସୁଗାରର ପରିମାଣ ବୃଦ୍ଧି ପାଇଥାଏ । ତେଣୁ ଏହି ରୋଗୀମାନେ କଗଳୀ ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ।

ସପେଟା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ମଧୁମେହ ରୋଗୀମାମେ ସପେଟା ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଏହା ଖାଇବାକୁ ବହୁତ ମିଠା ହୋଇଥାଏ । ଏତିସହିତ ଏହି ଫଳରେ ଗ୍ଲାଇସେମିକ ଇଡେକ୍ସ ମଧ୍ୟ ଅଥିକ ପରିମାଣରେ ରହିଥାଏ । ତେଣୁ ଡାଇବେଟିସ୍ ରୋଗୀମାନେ ଏହାକୁ ସେବନ କରିବା ଉଚିତ୍ ନୁହେଁ ।