fbpx

(Video) ୪୦ ବର୍ଷ ହେବ ଛିଣ୍ଡା ପଲିଥିନ ତଳେ ବିତୁଛି ଅସହାୟ ବୃଦ୍ଧଙ୍କ ଜୀବନ.. ଘର ଖଣ୍ଡେ ଓ ଭତ୍ତା ଟଙ୍କାକୁ ଅପେକ୍ଷା

ବୟସ ର ଅପରାହ୍ନ ରେ ଜୀବନ ଜୀଇଁବାକୁ କରୁଛନ୍ତି ସଂଗ୍ରାମ । ଆଖିକୁ ଆଉ ଭଲ ଭାବେ ଦିଶୁନି । ଆଗକୁ ଚାଲିବାକୁ ପାଦ ଅକ୍ଷମ ପାଲଟିଛି । ଜୀବନ ଥିବା ପର୍ଯ୍ୟନ୍ତ ଶାନ୍ତିରେ ଟିକିଏ ମୁଣ୍ଡ ଗୁଞ୍ଜିି ବିଶ୍ରାମ ନେବା ପାଇଁ ପ୍ରତିବନ୍ଧକ ସାଜୁଛି ଘର ଖଣ୍ଡେ । ବର୍ଷା ହେଉ କି ଝଡ଼ ବର୍ଷା, ଏହି ଭଙ୍ଗା ଘର ହିଁ ସାଜିଛି ସାହା ଭରଷା ।  ଟିକିଏ ପବନ ବହିଲେ ବୃଦ୍ଧଙ୍କ ଛାତିରେ ଛନକା ପଶେ । ସେଇ ଛିଣ୍ଡା ପଲିଥିନ ତଳେ ବିତୁଛି ଏହି ଅସହାୟ ବୃଦ୍ଧଙ୍କ ଜୀବନ ।

ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛିଲା ପଂଚାୟତର ନୂଆ କଲୋନୀ ଗାଁର ଦୃଶ୍ୟ । ଗାଁର ସୁକୁଲାଲ ଦେବନାଥ ଅସହାୟ ଅବସ୍ଥାରେ ଭଙ୍କା ଘରେ ଖଣ୍ଡେ ଛିଡ଼ା ପଲିଥିନ ପକାଇ ରହୁଥିବା ଦେଖିବାକୁ ମିଳିଛି । ବୟସ ପଚସ୍ତରୀ ଛୁଇଁଲାଣି । ନିଜର ପୁଅ ଥିଲେ ମଧ୍ୟ ବୃଦ୍ଧଙ୍କୁ କେହି ପଚାରୁ ନାହାଁନ୍ତି । ନିଜ ସ୍ତ୍ରୀ’ର ମୃତ୍ୟୁ ପରେ ପିଲାମାନେ କେହି ପଚାରୁ ନାଥିବାରୁ ଆଜକୁ ୪୦ବର୍ଷ ହେବ ଗାଁର ଶ୍ମଶାନ ନିକଟରେ ଏକ ଛିଣ୍ଡା ପଲିଥିନ ତଳେ ଜୀବନ କାଟୁଛନ୍ତି ସୁକୁଲାଲ । ସେଇଠି ଚାଲେ ସୁକୁଲାଲଙ୍କ ରୋଷେଇ,ଇଶ୍ୱରଙ୍କ ପୂଜାର୍ଚ୍ଚନା । ସରକାରଙ୍କ ପକ୍ଷରୁ ମାତ୍ର-୫କିଲୋ ଚାଉଳ ମିଳୁଛି ଯାହା ସମୁଦ୍ରରୁ ଶଙ୍ଖେ ମାତ୍ର । ଆଉ ଅବଶିଷ୍ଟ ସମୟରେ ମାଗି ଯାଚିି ଦିନ କଟେ ।

ତେବେ ପକ୍କା ଘର ଖଣ୍ଡେ ନିର୍ମାଣ ପାଇଁ କେତେ ବଡ଼ବଡ଼ ବାବୁଙ୍କୁ ନେହୁରା ହୋଇଛନ୍ତି ସୁକୁଲାଲ । କିନ୍ତୁ କେହି ଶୁଣି ନଥିବା ଅଭିଯୋଗ କରିଛନ୍ତି ବୃଦ୍ଧ । ସ୍ଥାନୀୟ ପ୍ରଶାସନ ନିକଟରେ ଭତ୍ତା ଟଙ୍କା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଶୁଣୁନି ବୋଲି କୋହ ଭରା କଣ୍ଠରେ କହିଛନ୍ତି ବୃଦ୍ଧ । ୪୦ବର୍ଷ ଭିତରେ ବଦଳିଛି ପଂଚାୟତ, ବଦଳିଛି ସରପଞ୍ଚ କିନ୍ତୁ କେହି ହେଲେ ବୁଝିନାହାନ୍ତି ସୁକୁଲାଲ ର ଦୁଃଖ । ସରକାର ଗରିବ ଲୋକମାନଙ୍କ ପାଇଁ କେତେ କଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ମାତ୍ର ସୁକୁଲାଲ ଦେବନାଥ ଙ୍କ କ୍ଷେତ୍ରରେ ଯୋଜନା ସତେ ଯେମିତି ଦୂର ରେ ଅଟକି ଯାଇଛି  । ତେବେ ତୁରନ୍ତ ଏ ଅସହାୟ ବୃଦ୍ଧଙ୍କୁ ଭତ୍ତା ଓ ପକ୍କା ଘର ଖଣ୍ଡେ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.