fbpx
BJD SKY
BJD SKY

ଏକ ସୁଖୀ ବୈବାହିକ ଜୀବନ ପାଇଁ ପତିପତ୍ନୀଙ୍କୁ ଏମିତି କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ

BJD

ବିବାହ ଉଭୟ ପତି ଓ ପତ୍ନୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବେଳେବେଳେ ସାମାନ୍ୟ କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ତେବେ ସେଥିପାଇଁ ଅନେକ କଥାକୁ ଆମକୁ ଧ୍ୟାନ ଦେବା ଦରକାର । କୁହାଯାଏ, ଯଦି ମଣିଷର ବୈବାହିକ ଜୀବନ ଖୁସିରେ ଚାଲେ, ତେବେ ସ୍ୱର୍ଗ ସୁଖ ଅନୁଭବ କରିହୁଏ । ଆସନ୍ତୁ ଜାଣିବା, ଏକ ସୁଖୀ ଦାମ୍ପତ୍ତ୍ୟ ଜୀବନ ପାଇଁ କଣ ସବୁ କରିବା ଉଚିତ ।

ଅଧିକାଂଶ ସମୟରେ ଦେଖାଯାଇଥାଏ କି ପତି ପତ୍ନୀ ଏକାକୀ ରହିବା ସମୟରେ ଅନ୍ୟ ବିଷୟରେ ଆଲୋଚନା କରିଥାନ୍ତି । ଏପରି କରିବା ଆଦୌ ଉଚିତ ନୁହେଁ । ଦୁଇଜଣ ଏକାଠି ବିଛଣାରେ ରହିଥିବା ସମୟରେ ତୃତୀୟ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା ଅନୁଚିତ । ଏପରି କରିବା ଦ୍ୱାରା ବୈବାହିକ ଜୀବନରେ ଅଶାନ୍ତି ଆସିଥାଏ ।

ସୁଖୀ ଦାମ୍ପତ୍ତ୍ୟ ଜୀବନ ବିତାଇବା ପାଇଁ ପ୍ରଥମ କଥା ହେଉଛି ପରସ୍ପରକୁ ଭଲଭାବେ ବୁଝିବା । ଯଦି ସାଥୀ କୌଣସି କାରଣରୁ କ୍ରୋଧିତ ହୁଅନ୍ତି, ତେବେ ତାଙ୍କ ଉପରେ ନ ରାଗି ଶାନ୍ତ ମନରେ ବୁଝାଇବା ଉଚିତ । କାରଣ ରାଗ ସମୟରେ ସମସ୍ତଙ୍କର ବିଚାର ଶକ୍ତି ଠିକ ରହିନଥାଏ ।

ପ୍ରତ୍ୟେକ ପରିବାରରେ ଆର୍ଥିକ ସମସ୍ୟା ଥାଏ । ତେବେ ପରିବାରର ଖର୍ଚ୍ଚ, ରୋଜଗାର, ବଜେଟ, ସଞ୍ଚୟ ଆଦି ବିଷୟରେ ପ୍ରଥମରେ ପତି ପତ୍ନୀ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବା ଉଚିତ । କାରଣ ଆର୍ଥିକ କ୍ଷେତ୍ରରେ ଗୋପନୀୟତା ଭବିଷ୍ୟତରେ ବିବାଦର ରୂପ ନେଇଥାଏ ।

କୁହାଯାଏ, ଭଲ ଭାବରେ ଯୋଗାଯୋଗ ରକ୍ଷା କରିବା ହେଉଛି ସବୁ ସମ୍ପର୍କର ମୂଳ ମନ୍ତ୍ର । ସେଥିପାଇଁ ସ୍ୱାମୀ ସ୍ତ୍ରୀ ପରସ୍ପର ସହିତ ଉତ୍ତମ ବାର୍ତ୍ତାଳପ କରନ୍ତୁ । ଭଲମନ୍ଦ, ସୁଖଦୁଃଖ ବିଷୟରେ ଆଲୋଚନା କରନ୍ତୁ । ପରସ୍ପରକୁ ଆଭଏଡ କରିବା ଦ୍ୱାରା ଛୋଟ କଥା ବିବାଦରେ ପରିଣତ ହୋଇଥାଏ ।

Get real time updates directly on you device, subscribe now.