fbpx
BJD SKY
BJD SKY

ଇତିହାସରେ ପ୍ରଥମ ଥର… ସହୀଦ ସ୍ଥାନରେ ହିଁ ବୀର ଯବାନଙ୍କୁ ଦିଆଯିବ ଅନ୍ତିମ ବିଦାୟ

BJD

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଫୁଞ୍ଛ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଭାରତର ୪ ଜଣ ଯବାନ ସହୀଦ ହୋଇଛନ୍ତି । ଦେଶର ସମ୍ମାନ ରକ୍ଷା ପାଇଁ ବୀରଗତିପ୍ରାପ୍ତ ହୋଇଥିବା ଭାରତମାତାର ଏହି ସନ୍ତାନମାନଙ୍କୁ ଆଜି ଶେଷ ବିଦାୟ ଦିଆଯିବ । କିନ୍ତୁ ଏହି ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କ ଅନ୍ତିମ ସଂସ୍କାର ଇତିହାସରେ ପ୍ରଥମ କାହାଣୀ ହେବ । କାରଣ ଯେଉଁସ୍ଥାନରେ ୪ ଜଣ ଯବାନ ସହୀଦ ହୋଇଛନ୍ତି, ସେମାନଙ୍କୁ ସେହି ସ୍ଥାନରେ ହିଁ ଅନ୍ତିମ ବିଦାୟ ଦେବ ଭାରତୀୟ ସେନା । ଇଣ୍ଡିଆନ୍ ଆର୍ମିର ଅଧିକାରୀଙ୍କ ତରଫରୁ ଏ ନେଇ ସୂଚନା ଜାରି ହୋଇଛି ।

ସୂଚନା ଅନୁସାରେ, ପୁଞ୍ଛ ଜିଲ୍ଲା ଡେରା ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତର ୪ ଜଣ ଯବାନ ସହୀଦ ହୋଇଥିଲେ । ତେବେ ଆଜି ଏହି ବୀର ଯବାନଙ୍କୁ ଶେଷ ବିଦାୟ ଦେବାକୁ ଯାଉଛି ଭାରତୀୟ ସେନା । କିନ୍ତୁ ଇତିହାସରେ ପ୍ରଥମ ଥର ପାଇଁ ସହୀଦମାନଙ୍କୁ ଏଭଳି ସମ୍ମାନ ଏବଂ ଶେଷ ବିଦାୟ ଦିଆଯିବ । ଏହି ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କୁ ସେମାନଙ୍କ ସହୀଦ ସ୍ଥଳୀରେ ହିଁ ଅନ୍ତିମ ବିଦାୟ ଦିଆଯିବ । ଭାରତମାତାର ବୀର ସନ୍ତାନଙ୍କୁ ଶେଷ ବିଦାୟ ଦେବା ପାଇଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଡକାଯାଇଛି । ତେବେ ଏହି ସ୍ଥାନରେ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ତେବେ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସମ୍ମାନ ପାଇବେ ଭାରତର ବୀର ଯବାନ୍ ।

ଗୁରୁବାର ଦିନ ଅପରାହ୍ନ ପ୍ରାୟ ୪.୪୫ ସମୟରେ ସୁରାନକୋଟରେ ସର୍ଚ୍ଚ ଅପରେସନ କରୁଥିବା ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଜମ୍ମୁରେ ପ୍ରତିରକ୍ଷା ବିଭାଗର ଲୋକସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁନୀଲ ବାର୍ଟୱାଲ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର’ ଆଧାରରେ ଖବର ମିଳିଥିଲା । ତେଣୁ ବୁଧବାର ରାତିରୁ ପୁଞ୍ଚ ଜିଲ୍ଲାର ସେହି ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

Get real time updates directly on you device, subscribe now.