fbpx

ଦେଶରେ ପ୍ରଥମ ଥରପାଇଁ ପେଟ୍ରୋଲ୍ ୧୨୦ ଓ ଡିଜେଲ୍ ହେଲା ୧୧୦ ଟଙ୍କା, ଆଜି ପୁଣି ବଢ଼ିଲା ତୈଳଦର; ଜାଣନ୍ତୁ କେତେ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଲଗାତର ଭାବରେ ବଢ଼ିଚାଲିଛି । ଲଗାମ ଲାଗିବାର ନାଁ ଧରୁନି । ଏହା ଯୋଗୁଁ ଏବେ ସାଧାରଣ ତଥା ଗରିବ ଲୋକମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୧୨୦ ଟଙ୍କା ହୋଇଥିବା ବେଳେ ଡିଜେଲ ୧୧୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଠାରେ ପେଟ୍ରୋଲ ୧୧୯ ଟଙ୍କା ଓ ଡିଜେଲ ଲିଟର୍ ପିଛା ୧୦୯.୮୮ ଟଙ୍କା ହୋଇଯାଇଛି । ଆଜି ଅକ୍ଟୋବର ୨୨ ତାରିଖରେ ତୈଳ କମ୍ପାନୀ ମାନେ ପେଟ୍ରୋଲ-ଡିଜେଲର ଦର ପୁଣିଥରେ ବଢ଼ାଇ ନୂତନ ଦାମ୍ ଜାରି କରିଛନ୍ତି ।

ଦିଲ୍ଲୀରେ ଆଜି ପୁଣିଥରେ ପେଟ୍ରୋଲ୍ ଦାମ୍ ୩୫ ପଇସା ବଢ଼ିଛି ଏବଂ ଡିଜେଲ ମଧ୍ୟ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଏବେ ୧୦୬.୮୯ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୯୫.୬୨ ଟଙ୍କା ହୋଇଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦାମ୍ ଯଥାକ୍ରମେ ୧୧୨.୭୮ ଟଙ୍କା ଓ ୧୦୩ .୬୩ ଯଭ୍କା ହୋଇଛି । ତେବେ ରାଜସ୍ଥାନର ଶ୍ରୀଗଙ୍ଗନଗର ଠାରେ ସର୍ବାଧିକ ତୈଳଦର ରହିଥିବା ବେଳେ ରାଜ୍ୟର ଅନ୍ୟ ସହର ମାନଙ୍କରେ ଦର କମ୍ ରହିଛି । ଶ୍ରୀଗଙ୍ଗନଗର ଠାରେ ସର୍ବାଧିକ ମୁଲ୍ୟରେ ତୈଳ ଉପଲବ୍ଧ ହେଉଛି । ଏହାର କାରଣ ହେଲା ଟ୍ରାନ୍ସପୋର୍ଟେସନ । ଟ୍ରାନ୍ସପୋର୍ଟ ବାବଦକୁ ହେଉଥିବା ଖର୍ଚ୍ଚ କାରଣରୁ ସେଠାରେ ତୈଳଦର ଅନ୍ୟ ସହର ତୁଳନାରେ ଅଧିକ ରହିଛି ।

ଆପଣ ପେଟ୍ରୋଲ ଏବଂ ଡିଜେଲର ଦର ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଆରଏସପି ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ରହିଛି । ଯାହା ଆପଣ ଆଇଓସିଏଲ୍ ୱେବସାଇଟ୍ ରୁ ପାଇଯିବେ ।

Get real time updates directly on you device, subscribe now.