ନୂଆଦିଲ୍ଲୀ: ଶୀର୍ଷକଟି ପଢି ଆପଣ ଚମକି ପଡିବେ ନିଶ୍ଚୟ । କିନ୍ତୁ ଏହା ଆଦୌ ମନଗଢା ନୁହେଁ । ରାଜସ୍ତାନର ସିଦ୍ଧ ପୀଠ ବାଲାଜୀଙ୍କୁ ୨୭୦୦ କିଲୋ ରୁଟିର ମହାଭୋଗ ଦିଆଯିବ । ସବୁଠାରୁ ବଡ କଥା ହେଉଛି ଏହି ରୁଟି ପ୍ରସ୍ତୁତିରେ କ୍ରେନ୍ ର ସାହାଯ୍ୟ ନିଆଯାଇଛି । ୨୦ ଜଣ ରୋଷେୟା ଲାଗି ପଡି ଏତେ ସଂଖ୍ୟାରେ ରୁଟି ପ୍ରସ୍ତୁତ କରିଛନ୍ତି । ଏହି ରୁଟି ପ୍ରସ୍ତୁତିରେ ୧୧ କ୍ୱିଣ୍ଟାଲ ଅଟା, ସମ ପରିମାଣରେ କାଜୁ କିସମିସ୍, ୪୦୦-୪୦୦ ଲିଟର କ୍ଷୀର ଓ ଘିଅ ବ୍ୟବହାର କରାଯାଇଛି । ଏହା ବ୍ୟତିତ ଏଥିରେ ୧୦୦ କିଲୋ ସୁଜି ବି ମିଶାଯାଇଛି ।
ବାଲାଜୀ ଟ୍ରଷ୍ଟ ମନ୍ଦିର ମହନ୍ତ ଓମ୍ ପ୍ରକାଶ ଶର୍ମା କହିଛନ୍ତି ଏହି ମହାଭୋଗ ପ୍ରସାଦ ୨୫ ହଜାର ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ । ମହାଭୋଗ ବେଲିବା ଓ ସେକିବା କାର୍ଯ୍ୟ ଯୋଧପୁରର ସନ୍ଥ ଶ୍ରୀ ରାମଦାସ ଜୀ ମହାରାଜ ପୁନାସର ବାପଜୀଙ୍କ ତତ୍ତ୍ୱାବଧାନରେ ସମାପ୍ତ ହୋଇଛି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ସିକର ସହର ସ୍ଥିତ ଦେବୀପୁରା ସିଦ୍ଧ ପୀଠ ବାଲାଜୀ ମନ୍ଦିରରେ ଗତ ୨୪ ଘଣ୍ଟା ଧରି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହେଉଛି ଓ ବଡି ଭୋରରୁ ଏଠାରେ ଭକ୍ତଙ୍କ ଭିଡ ଲାଗି ରହିଛି । ଏହି ମହାଭୋଗ ପ୍ରାୟ ୨୫୦୦୦ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯିବ । ଏଠିକାର ପୂଜାରୀ କହିଛନ୍ତି ଏହା ଶେଖାୱତୀ ସଂପ୍ରଦାୟର ଏକ ଐତିହାସିକ ଓ ଧାର୍ମିକ ଆୟୋଜନ । ଏହି ମହାଭୋଗ ସମୟରେ ବାଲାଜୀଙ୍କ ନିକଟରେ କେବଳ ରାଜ୍ୟ ନୁହେଁ ସାରା ଦେଶର ସୁଖ ସମୃଦ୍ଧି କାମନା କରାଯାଇଥାଏ ।